ଲୋକନାଥପୁରରେ ଶ୍ରୀ ଜଗନ୍ନାଥଙ୍କ ପଞ୍ଚରାତ୍ର କଥାମୃତ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ବେତାରସିଂ ନିକଟସ୍ଥ  ଲୋକନାଥପୁର ଗ୍ରାମରେ ଫେବୃୟାରୀ ୦୧ ତାରିଖ ଦିନ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପଞ୍ଚରାତ୍ର କଥାମୃତ ଆରମ୍ଭ ହୋଇ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ବୁଗୁଡା ବ୍ଳକର ଲୋକନାଥପୁର ଓ ଆଖପାଖ ଗ୍ରାମରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଥାମୃତ ଶ୍ରବଣ କରି ନିଜକୁ ଧନ୍ୟ ମନେକରୁଥିବା ଦେଖିବାକୁ ମିଳିଛି। ବେଦ ପାଠର ଓଁକାର ଧ୍ଵନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ଗ୍ରାମ।  ବୈଦିକ ରିତିନିତି ଅନୁସାରେ ପୂଜା, ହୋମ, ଯଜ୍ଞ ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି। ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରୀ ଜଗନ୍ନାଥ ପ୍ରେମି ଓ ସାଧୁସନ୍ଥ ବୃନ୍ଦ ଆସି ପ୍ରବଚନ ପ୍ରଦାନ କରୁଥିବା ଦେଖାଯାଇଛି। ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଙ୍କ କଥାମୃତ ଶ୍ରବଣ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଗ୍ରାମ୍ୟବାସୀ ବୃନ୍ଦ ପ୍ରଚାଳନାରେ ସହଯୋଗ କରୁଛନ୍ତି। ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ