ବ୍ଳକସ୍ତରୀୟ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‍ଘାଟିତ

ଆସିକା  (ୱାଇଏନ୍‍ଏସ୍‍) :ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗ ଏବଂ ଜିଲ୍ଲା ସମଗ୍ର ଶିକ୍ଷାର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ଏବଂ ଚିନିଶିଳ୍ପ ନୁଆଗାଁ ସ୍ଥିତ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିସ୍‍ ହାଇସ୍କୁଲ ପରିସରରେ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଠାରୁ ଉଦ୍‍ଘାଟିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ (ବିଦ୍ୟାଳୟ ଶିକ୍ଷା) ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ଓ ଶିକ୍ଷାଦାନ ସଂପର୍କିତ ଏହି ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ପରାମର୍ଶକ୍ରମେ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିସ୍‍ ହାଇସ୍କୁଲ ଚିନିଶିଳ୍ପ ନୁଆଗାଁରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିରର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପ୍ରଶିକ୍ଷଣ ଶିବିରରେ ନୋଡାଲ୍‍ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ସହଜ ଓ ସରଳ ଭାଷାରେ ମାର୍ଗଦର୍ଶନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଦି ଆସିକା ସୁଗର ଇଣ୍ଡିଷ୍ଟ୍ରିସ୍‍ ହାଇସ୍କୁଲ ନୁଆଗାଁ ପ୍ରଶିକ୍ଷଣ ଶିବିରରେ ହରିଡାପଦର, ବାବନପୁର, ଆସିକା ଏନ୍‍ଏସି, ନଳବଣ୍ଟା, କାଳଷଣ୍ଢପୁର, ଖାରିଆ, ଭେଟନଇ, ବଡଖୋଲି କ୍ଳଷ୍ଟର ଅଧୀନସ୍ଥ ବିଭିନ୍ନ ସରକାରୀ ବିଦ୍ୟାଳୟର ୬୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଲିମ୍‍ ନେଉଥିଲା ବେଳେ ତାଲିମ୍‍ଦାତା ରୂପେ ପବିତ୍ର ମୋହନ ଉଦ୍‍ଗାତା, ସନ୍ତୋଷିନୀ ମୁନୀ, ସୌଦାମିନୀ ହୋତାଙ୍କ ସମେତ ବହୁ ଶିକ୍ଷକ ନିୟୋଜିତ ଥିବା ଜଣାପଡିଛି । ସେହିଭଳି ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପ୍ରଶିକ୍ଷଣ ଶିବିରରେ ନିମିନା, କେନ୍ଦୁପଦର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବାଲିସିରା କ୍ଳଷ୍ଟର ଅଧୀନସ୍ଥ ସରକାରୀ ବିଦ୍ୟାଳୟର ୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ୍‍ ନେଉଥିଲା ବେଳେ ପ୍ରଶିକ୍ଷକ ରୂପେ ଶିବଶଙ୍କର ସ୍ୱାଇଁ, ରଂଜିତା ପାତ୍ର, ମନୋଜ କୁମାର ତ୍ରିପାଠୀ, ଶୁଭେନ୍ଦୁ ଶେଖର ଜେନା, ଚନ୍ଦ୍ରଶେଖର ସ୍ୱାଇଁ ପ୍ରମୁଖ ନିୟୋଜିତ ଥିବା ଜଣାପଡିଛି । ଶିକ୍ଷାବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ଶିକ୍ଷକମାନେ ତାଲିମ୍‍ ନେବା ପରେ ସମସ୍ତ ପାଠ୍ୟକ୍ରମକୁ ନିଜ ନିଜ ବିଦ୍ୟାଳୟସ୍ତରରେ ଶତପ୍ରତିଶତ କାର୍ଯ୍ୟକାରୀ କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ