ଆଦର୍ଶ ଛାତ୍ରୀବତ୍ସଳ ବରିଷ୍ଠ ଅଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧୀନସ୍ଥ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଆଦର୍ଶ ଛାତ୍ରୀବତ୍ସଳ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଗଣେଶ୍ୱର ମାଝୀଙ୍କୁ ପଦୋନ୍ନତି ଦିଆଯାଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଭାବେ ବଦଳି କରାଯାଇସାରିଛି । ଏହି ଅବସରରେ ଗୁରବାର ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡଃ କେ.ଓମ୍ ନାରାୟଣ ରାଓ, ଅଧ୍ୟାପକ ଡଃ ଏସ୍.ଟି.ରେହେମାନ୍, ଅଧ୍ୟାପିକା ଡଃ ଯଶଶ୍ରୀ ମଲିକ, ଅଧ୍ୟାପକ ଗୋପୀନାଥ କର, ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ର, ଅଧ୍ୟାପକ ପିଙ୍କୁ କୁମାର ସାହୁ, ଅଧ୍ୟାପକ ବି.ପାଣ୍ଡବ ରେଡି, ଅଧ୍ୟାପିକା ଡଃ ଲୀନା ଲିଲିୟାନ୍, ଅଧ୍ୟାପିକା ଡଃ ଉର୍ମିଳା ମୁଦୁଲି ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଉଚ୍ଚକୋଟିର ଶିକ୍ଷାଦାନ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ବିକାଶ ଉପରେ ଛାତ୍ରୀବତ୍ସଳ ବିଦାୟୀ ବରିଷ୍ଠ ଅଧ୍ୟାପକ ତଥା ଅର୍ଥନୀତି ବିଭାଗର ମୁଖ୍ୟ ଗଣେଶ୍ୱର ମାଝୀଙ୍କ ବହୁମୁଖୀ ପ୍ରତିଭା ଏବଂ କୃତି ଓ କୀର୍ତ୍ତି ଉପରେ ସ୍ମୃତିଚାରଣ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଦାୟୀ ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବିଦ୍ୟାର୍ଥୀ ଓ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବିଦାୟୀ ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଇ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣଶୈକ୍ଷିକ କର୍ମଚାରୀଙ୍କ ସଂପୁର୍ଣ୍ଣ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ କଣ୍ଠରେ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବିଦାୟୀ ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀଙ୍କୁ ଗୁରବାର ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦୀର୍ଘ ପ୍ରାୟ ୧୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରୀଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରୀବତ୍ସଳ ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଗୁରବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଗତ ୨୦୦୯ ମସିହା ନଭେମ୍ବର ମାସରୁ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ଦୀର୍ଘ ୧୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦକ୍ଷତାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିଆସିଥିବା ବିଦାୟୀ ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି ।


