ଦନେଇବ୍ରହ୍ମପୁର ଗ୍ରାମର ୧୫୭ ଜଣ ହିତାଧିକାରୀଙ୍କୁ ଘରବାରି ଗ୍ରାମକଣ୍ଠକ ପଟ୍ଟା ବଣ୍ଟନ

ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଂଚାୟତ ଦନେଇ ବ୍ରହ୍ମପୁର ଗ୍ରାମବାସୀଙ୍କ ବହୁବର୍ଷର ଆଶା ଅଭିଳାଶ ପୂରଣ ହୋଇଛି । ଗ୍ରାମର ୧୫୭ ଜଣ ହିତାଧିକାରୀଙ୍କୁ ଆଜି ଘରବାରୀ ଗ୍ରାମକଣ୍ଠକ  ପଟ୍ଟା ବଂଟନ କରାଯାଇଛି । ଭିକାରିପଲ୍ଲୀ ପଂଚାୟତ ସରପଂଚ ମମତା ସୁବୁଦ୍ଧିଙ୍କ ପ୍ରଚେଷ୍ଟାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ କରକମଳରେ ଗ୍ରାମର ସମସ୍ତ ହିତାଧିକାରୀଙ୍କୁ ଏହି ଘରବାରି ଗ୍ରାମ କଣ୍ଠକ ପଟ୍ଟା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ଏନ୍‌.ରବି ପ୍ରଧାନ, ପୂର୍ବତନ ସମିତିସଭ୍ୟ ମଥୁରାଚରଣ ସୁବୁଦ୍ଧି ଓ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡୀ,, ସମିତିସଭ୍ୟା ଏନ୍‌.କାନ୍ତା ପାତ୍ର, ଯୁବ ନେତା ନୀଳକଣ୍ଠ ଦାଶ,ଏନ ମୁନା ପାତ୍ର,ସୁପ୍ରଭାଇଜର ଇତିମୟ ବେହେରା,  ଆର ଆଇ ରଶ୍ମିତା ତରାଇ, ଅମିନ ମାମାଲି ମାଳି ଙ୍କ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ଦନେଇ ବ୍ରହ୍ମପୁର ଗ୍ରାମ ପାଇଁ ଆଜି ଏକ ଐତିହାସିକ ଦିନ ବହୁବର୍ଷର ସପ୍ନା ସାକାର ହୋଇଛି । ନିଜ ଘରର ପଟ୍ଟା ନଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜରୁରୀ ପ୍ରମାଣପତ୍ର ପାଇଁ ଘରର ପଟ୍ଟା ଯେଭଳି ନିତାନ୍ତ ଆବଶ୍ୟକ ପଡୁଥିଲା । ତାହାରି ଅନ୍ତ ଘଟିଛି । ଭିକାରିପଲ୍ଲୀ ସରପଂଚ ମମତା ସୁବୁଦ୍ଧି, ତାଙ୍କ ସ୍ୱାମୀ ମଥୁରା ଚରଣ ସୁବୁଦ୍ଧିଙ୍କ ପ୍ରଚେଷ୍ଟାରେ ପ୍ରଶାସନର ସହଯୋଗରେ ଆଜି ବିଧାୟକଙ୍କ ଜରିଆରେ ଆମ୍ଭ ଗ୍ରାମବାସୀଙ୍କୁ ଘରବାରୀ ଗ୍ରାମକଣ୍ଠକ ପଟ୍ଟା ମିଳିଛି । ଏଣୁ ଗ୍ରାମର ଭଦ୍ରବ୍ୟକ୍ତି ପ୍ରଭାକର ବେହେରା, ଅଲେଖ ବେହେରା, ଅଙ୍ଗତ ସେଠୀ ଓ ଜୟନାଥ ବେହେରା ପ୍ରମୁଖ ଗ୍ରାମବାସୀଙ୍କ ତରଫରୁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଶେଷ ଭାବେ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ