ବାସନାପଲ୍ଲୀ ଗ୍ରାମରେ ଗୋଟେ ପରିବାରକୁ ସାମାଜିକ ବାସନ୍ଦ ଘଟଣା : ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ତୁଟିଲା ବିବାଦ

ଛତ୍ରପୁର,(ଓ୍ବାଇଏନଏସ): ଦୀର୍ଘ ଦିନ ଧରି ଛତ୍ରପୁର ଥାନା ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମରେ ଗୋଟେ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା l ଏନେଇ ଖବର ପ୍ରସାରଣ ପରେ ଏହାର ପୂର୍ଣ୍ଣଛେଦ ପଡିଛି l ଗତ ବର୍ଷ ନଭେମ୍ବର ମାସରେ ବାସନାପଲ୍ଲୀ ଗ୍ରାମର ପି. ନାରାୟଣ ରେଡ୍ଡୀ ଙ୍କୁ ଚିଟି ପଇସା କୁ କେନ୍ଦ୍ର କରି ସାମାଜିକ ବାସନ୍ଦ କରାଯାଇଥିଲା l ଏନେଇ ଛତ୍ରପୁର ଥାନା ପରିସରରେ ଶୁକ୍ରବାର ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ବାସନାପଲ୍ଲୀ ଗ୍ରାମବାସୀ ଓ ପି. ନାରାୟଣଙ୍କୁ ଡାକି ସମାଧାନ କରିଥିଲେ l ଥାନାଧିକାରୀ ଙ୍କ ସମ୍ମୁଖରେ ପି. ନାରାୟଣଙ୍କ ସହ ମିଶି ରହିବେ ଏବଂ ଗ୍ରାମବାସି ଙ୍କ ପକ୍ଷରୁ କରାଯାଇଥିବା ସାମାଜିକ ବାସନ୍ଦ ଉଠାଇବା ପାଇଁ ରାଜି ହୋଇଥିଲେ l ଗତ ୨୦୨୩ ମସିହା ଅକ୍ଟୋବର ମାସରେ ଗ୍ରାମର କିଛି ମହିଳା ନାରାୟଣ ଙ୍କ ଘରେ ଏକତ୍ରିତ ହୋଇ ବାନ୍ଧିଥିବା ଚିଟି ପଇସା ଉଠାଇବା ପାଇଁ ବସିଥିବା ବେଳେ ଗ୍ରାମର ବନ୍ଦନା ଚୌଧୁରୀ ନାମକ ଜଣେ ମହିଳା ସେହି ଟଙ୍କାରୁ ୧୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ l ପରେ ସେ ଟଙ୍କା ନ ଦେବାରୁ ନାରାୟଣ ଙ୍କ ଘରୁ ହିଁ ବନ୍ଦନା ଚୌଧୁରୀ ଟଙ୍କା ନେଇଥିବାରୁ ନାରାୟଣଙ୍କ ପରିବାରକୁ ଗ୍ରାମବାସୀ ମାନେ ଟଙ୍କା ମାଗିବା ସହିତ ଘର ସମ୍ମୁଖରେ ଝଗଡା କରିଥିଲେ l ଏନେଇ ପି. ନାରାୟଣ ଟଙ୍କା ଦେବା ପାଇଁ ମନା କରିବା ସହିତ ଝଗଡା କରିଥିଲେ l ପରେ ଉଭୟ ଗ୍ରାମବାସୀ ଓ ପି. ନାରାୟଣ ଙ୍କ ପରିବାର ପକ୍ଷରୁ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ ପ୍ରତ୍ୟାହାର ପାଇଁ ଗ୍ରାମବାସୀଙ୍କ ପରିବାର ପକ୍ଷରୁ ପି. ନାରାୟଣଙ୍କ ପରିବାରକୁ ବାଧ୍ୟ କରିଥିବା ବେଳେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରତ୍ୟାହାର ପାଇଁ ଗ୍ରାମବାସୀ ମାନଙ୍କୁ ପି. ନାରାୟଣଙ୍କ ପରିବାର କହିଥିଲେ l ଏଥିରେ ରାଜି ନ ହୋଇ ଗ୍ରାମବାସୀ ମାନେ ପି. ନାରାୟଣ ଙ୍କ ପରିବାର କୁ ଗତ ୨୦୨୫ ମସିହା ନଭେମ୍ବର ମସିହା ସାମାଜିକ ବାସନ୍ଦ କରିଥିଲେ l  ଏନେଇ ମାଇକ ଯୋଗେ ଗ୍ରାମରେ ପ୍ରଚାର କରାଯାଇଥିଲା l ଗ୍ରାମ ପରିସରରେ ଭୋଜିଭାତ ଆୟୋଜିତ ହେଲେ ମଧ୍ୟ ପି. ନାରାୟଣଙ୍କ ପରିବାରକୁ ସାମିଲ କରାଯାଉନାହିଁକି, ନାରାୟଣଙ୍କ ଘରେ ଭୋଜିଭାତ ଆୟୋଜିତ ହେଲେ ମଧ୍ୟ କେହି ଆସୁନଥିଲେ l ଆଜିର ବୈଠକ ପରେ ଆପୋଷ ବୁଝାମଣା କରାଯାଇ ସାମାଜିକ ବାସନ୍ଦ ହଟା ଯାଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି l ଏହି ବୈଠକରେ ଚିକଲଖଣ୍ଡି ପଞ୍ଚାୟତର ସରପଞ୍ଚ ଭଗବାନ ବେହେରାଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ