୧୧ କୁଇଣ୍ଟାଲ ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ୧୧ କୁଇଣ୍ଟାଲ  ଗଞ୍ଜେଇ ଭାଙ୍ଗ ଚୋରାଚାଲାଣ ବେଳେ ଜବତ ହୋଇଥିବା ସୂଚନା ମିଳିଛି. ସୂଚନା ପ୍ରକାରେ ଗତକାଲି ଅଡବା ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ମେକ୍ସ ପିକ୍ଅପ ଅଡବା ରୋଡରେ ଦ୍ରୁତଗତିରେ ଆସୁଥିବା ଦେଖି ଅଡବା ଥାନା ପୋଲିସ ଅଟକାଇ ଥିଲେ. ମେକ୍ସ ପିକଅପଟି କିଛି ଦୂର ଆଗକୁ ଗଲାପରେ ଡ୍ରାଇଭର ଗାଡି ଛାଡି ଦୌଡ଼ି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଯାଇ ଫେରାର ହୋଇଯାଇଥିଲା | ପୋଲିସ ପହଞ୍ଚି ଗାଡିକୁ ଯାଞ୍ଚ କାରିବା ବେଳେ ଗାଡିରୁ 11 କ୍ଵିଣ୍ଟାଲ ଗଞ୍ଜେଇ ଭାଙ୍ଗ ଚୋରାଚାଲାଣ ହେଉଥିବା ଜଣାପଡିଥିଲା. ଏହାକୁ ପୋଲିସ ଜବତ କରି ଏକ ମକଦ୍ଦମା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି.  ଏହି ଗଞ୍ଜେଇ ଭାଙ୍ଗ ଅଡବା ଥାନା ଅନ୍ତର୍ଗତ ଗୁଲୁବା ଅଞ୍ଚଳରୁ ପୁରୀ ଦେଇ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଉଦିଷ୍ଟ ଥିଲା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ