ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀ ପଦ୍ମିନୀ ଓ ସୁମିତ୍ରାଙ୍କ ଦିଲ୍ଲୀ ଯାତ୍ରା
ବାଲେଶ୍ବର(ସରୋଜ ପଣ୍ଡା): ଆସନ୍ତା ଏପ୍ରିଲ ୧୩ ରୁ ୧୮ ପର୍ଯ୍ୟନ୍ତ ଜାପାନ ଠାରେ ଦୃଷ୍ଟିବାଧିତ ମହିଳା ଫୂଟବଲ ଚମ୍ପିୟନସିପ ଆରମ୍ଭ ହେଉଥିବାରୁ, ଭାରତୀୟ ଦଳରେ ପାର୍ଥି ଚୟନ ନିମନ୍ତେ ଜାତୀୟ ତାଲିମ ଶିବିର ଦିଲ୍ଲୀ ଠାରେ ଫେବୃଆରୀ ୧୧ ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ରାଣିପାଟଣା ର ଛାତ୍ରୀ କୁ.ପଦ୍ମିନୀ ଟୁଡୁ ଓ କୁ. ସୁମିତ୍ରା ସିଂ, ଉଭୟ ନିମନ୍ତ୍ରଣ କ୍ରମେ ଉକ୍ତ ତାଲିମ ଚୟନ ଶିବିରରେ ଯୋଗ ଦେବା ପାଇଁ ଆଜି ହାଉଡ଼ା ରୁ ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀ. ଦିବାକର ସ, ସେମାନଙ୍କ ସଫଳ ଚୟନ ସହିତ ଉଜ୍ୱଳ ଭବିଷ୍ୟତ ଆଶା ରଖିବା ସହିତ ଉଭୟ ଙ୍କୁ ଆଶୀର୍ବାଦ କାମନା କରିଛନ୍ତି।


