ବିଧୁଭୂଷଣ ହେଲେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ମନରେଗା ସଂଯୋଜକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର କଂଗ୍ରେସ ନେତା ତଥା ବରିିଷ୍ଠ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ମନରେଗା (ଏମ ଜି ଏନ ଆର ଇ ଜି ଏସ)ର ଜିଲ୍ଲା ସଂଯୋଜକ ଭାବେ କଂଗ୍ରେସ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ମହାପାତ୍ର ପୂର୍ବରୁ କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାମ ଆରମ୍ଭ କରି ପ୍ରଥମେ ବ୍ଲକ୍ କଂଗ୍ରେସ ପରେ ଜିଲ୍ଲା କଂଗ୍ରେସ, ଜିଲ୍ଲା କଂଗ୍ରେସ ଓବିସି ସଭାପତି, ରାଜ୍ୟ ଓବିସି ସେଲର ସଂଯୋଜକ ଭାବରେ କାମ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ସଦସ୍ୟ ଭାବେ ଶ୍ରୀ ମହାପାତ୍ର ମନୋନୀତ ହୋଇ କଂଗ୍ରେସ ଦଳର ଇତିହାସ ଓ କଂଗ୍ରେସ ସରକାର ସମୟରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ତଥା ରାଜ୍ୟର ବହୁ ଅନୁଷ୍ଠାନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦ ବର୍ଷ ଧରି ରାଜ୍ୟ ସଡ଼କ ସୁରକ୍ଷା ସମିତିର ସଦସ୍ୟ ଭାବେ ବହୁ ମୁଲ୍ୟବାନ ମତାମତ ଦେଇଛନ୍ତି। ସେ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ବହୁ ଉଚ୍ଚତା ବିଶିଷ୍ଟ ହରିଦାସପୁର – ପାରାଦୀପ ରେଳପଥ ନିର୍ମାଣରେ କେନ୍ଦ୍ରାପଡ଼ାର ମାଟିର ବ୍ୟବହାର ଓ ଏବେ ଚଣ୍ଡିଖୋଲ- ପାରାଦୀପ ୮ ଧାଡିଆ ଜାତୀୟ ରାଜପଥରେ ମାଟି ବ୍ୟବହାରକୁ ବିରୋଧ କରିଥିଲେ। ଫଳରେ ମାଟିର ଅପବ୍ୟବହାର ଓ ଭବିଷ୍ୟତରେ କେନ୍ଦ୍ରାପଡ଼ାର ବିକଳାଙ୍ଗ ଭବିଷ୍ୟତରୁ ସୁରକ୍ଷା ମିଳିପାରିଛି । ଜାତୀୟ ରାଜପଥରେ ମାଟି ବଦଳରେ ପାଉଁଶର ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇପାରିଛି। ତାଙ୍କୁ କେନ୍ଦ୍ରାପଡ଼ା ଭଳି ରାଜନୈତିକ ସ୍ପର୍ଶକାତର ଜିଲ୍ଲାର ମନରେଗା ସଂଯୋଜକ ଭାବରେ ନିଯୁକ୍ତି ମିଳିଥିବାରୁ କେନ୍ଦ୍ରାପଡ଼ାରେ ବିରୋଧୀ ଦଳର ଶକ୍ତି ବୃଦ୍ଧି ପାଇବ। ଲଗାମହୀନ ବେପରୁଆ ଅଧିକାରୀଙ୍କୁ ଶଂଢୁଆସୀ ଆକ୍ରମଣ କରାଯିବାର ସମ୍ଭାବନା ରହିଛି। ତାଙ୍କର ଏହି ନିଯୁକ୍ତିକୁ କେନ୍ଦ୍ରାପଡ଼ାର ବହୁ କଂଗ୍ରେସ କର୍ମୀ ଓ ନେତା ମାନେ ସ୍ୱାଗତ କରିବା ସହ ନେତୃତ୍ୱଙ୍କୁ ବଧାଇ ଜଣାଇଛନ୍ତି। ଦଳପାଇଁ ନିଷ୍ଠାପର ଭାବେ ନିରବଛିନ୍ନ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।


