ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ବ୍ରହ୍ମପୁର ପକ୍ଷରୁ ବାଲିପଦର ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଫେବୃୟାରୀ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମରେ ବାସୁଦେବ ନଗର, ଅରବିନ୍ଦ ନଗର ବ୍ରହ୍ମପୁର, ମନ୍ଦାର, ହାତୀଓଟ, ବଡଗଡ଼, ପୋଲସରା, ବାଲିପଦର, କିନିଆରୀ, ମଙ୍ଗଳପୁର, ଶାଙ୍କୁଡା, ଖଲିଙ୍ଗ୍, ଆଙ୍କୁଶପୁର ଓ ମାଣିତରା , ୧୩ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ସଭାରେ କାହ୍ନୁ ଚରଣ ବାଡତ୍ୟା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବଡଲୋକ ହେବାକୁ ନୁହଁ ଭଲ ମଣିଷ ହେବାପାଇଁ ଶିକ୍ଷା ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖରିଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଶିକ୍ଷା ବିକାଶ ସଂସ୍ଥାନ ସଂଯୋଜକ ପ୍ରକାଶ ଚନ୍ଦ୍ର ବିଷୋୟୀ, ମ୍ରୁତ୍ୟୁଞ୍ଜୟ ବିଷୋୟୀ, ଅଧିବକ୍ତା କୁମୁଦ ରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ନାୟକ, ପୁର୍ଣ୍ଣ ଚନ୍ଦ୍ର ନନ୍ଦ, ଶିବରାମ ସନ୍ତୋଷ ରା, ଗଙ୍ଗୋତ୍ରୀ ବେହେରା ଯୋଗଦେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଲ୍ଡ଼ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ବୃନ୍ଦ ନିଜନିଜ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ