ଗୋପୀନାଥପୁର ଜୁନିୟର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ସୋଲାର କ୍ରିକେଟ କ୍ଲବ

 ହାଟଡିହି (ଓ୍ବାଇଏନଏସ) : ଆଜି ଫ୍ରେଣ୍ଡସ୍ କ୍ଲବ୍ ଆନୁକୁଲ୍ୟରେ ଗୋପୀନାଥପୁର ଜୁନିୟର (୧୯ ବର୍ଷରୁ କମ୍) କ୍ରିକେଟ ଟୁର୍ଣ୍ଣାମେଣ୍ଟର   ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ସୋଲାର କ୍ରିକେଟ କ୍ଲବ୍, କଟକ ଓ ୟୁନିୟନ ସ୍ପୋର୍ଟିଂ କ୍ଲବ୍, କଟକଙ୍କ ମଧ୍ୟରେ ଖେଳାଯାଇ ଥିଲା। ସୋଲାର କ୍ରିକେଟ କ୍ଲବ୍ ୧୭୫ ରନ୍ ବ୍ଯବଧାନରେ ୟୁନିୟନ କ୍ଲବକୁ ହରାଇ ଫାଇନାଲ ଖେଳିବାର ଯୋଗ୍ଯତା ହାସଲ କରିଛି। ସୋଲାର କ୍ଲବର ସୟଦ ଆୟନ୍ ୩୪ ବଲରେ ୭୩ ରନ୍ ସଂଗ୍ରହ କରିବା ସହିତ ୩.୧ ଓଭରରେ ୧୦ ରନ୍ ବ୍ଯୟ କରି ୪ ଉଇକେଟ ନେଇ ଆଜିର ମ୍ଯାଚରେ ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷିତ ହୋଇଥିଲେ। ୟୁନିଅନ ସ୍ପୋର୍ଟିଂ କ୍ଲବର ବିକଳ୍ପ ଯାଦବ ସର୍ବାଧିକ ୨୪ ରନ୍ କରିବା ସହିତ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଆଜିର ମ୍ୟାଚରେ ମୂଖ୍ୟ ଅତିଥି ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ମହିଳା ସୁରକ୍ଷା କମିଟି ସଦସ୍ଯ ଓ ଆବାହକ  ରତିକାନ୍ତ ରାଉତ ଯୋଗଦେଇ ମ୍ୟାନ ଅଫ ଦ ମ୍ୟାଚ  ଟ୍ରଫି ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ରାଜେନ୍ଦ୍ର ନାୟକ ଓ  ଆଶିଷ ରାଉତ ଖେଳକୁ ପରିଚାଳନା କରିଥିଲେ। କ୍ଲବର ସଭାପତି ମନୋରଞ୍ଜନ ଦାଶ, ସଂପାଦକ ସୁବାସ ନାୟକ, କ୍ରୀଡା ସଂପାଦକ ବିକାଶ ଚନ୍ଦ୍ର ଦାଶ, ସଦସ୍ଯ ହୃଷିକେଶ ରାଉତ, ବସନ୍ତ କୁମାର ବିଶ୍ବାଳ, ଯୁଗଳ ଜେନା, ଆନନ୍ଦ ମିତ୍ର, ଧ୍ରୁବ ସାମଲ, ଧ୍ରୁବ ମାହୁନ୍ତ, ଚିତ୍ତରଂଜନ ଦାଶ, ଶ୍ରୀମା ପ୍ରସାଦ ବିଶ୍ଵାଳ, ହରିହର ସାହୁ, ସୌମ୍ୟରଞ୍ଜନ ଦାଶ, ଦତ୍ତାତ୍ରେୟ ସ୍ବାଇଁ, ମାନସ ପାତ୍ର ଆଦି ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ