ସରସ୍ବତୀ ବିଦ୍ୟାସାଗର ୨୮ତମ ବାର୍ଷିକ ଉତ୍ସବ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :ଯେଉଁ ଛାତ୍ର ନିଜ ଭିତରେ ଏକାଗ୍ରତା, ଅଧ୍ୟ୍ୟବସାୟ ଓ ଦୃଢ଼ ସଂକଳ୍ପ ରଖି ଛାତ୍ର ଜୀବନରୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୁଏ, ଦିନେ ନାଁ ଦିନେ ସିଏ ସଫଳତାର ଶୀର୍ଷରେ ପହଞ୍ଚେ ବୋଲି ମୁଖ୍ୟ ଅତିଥି ସମାଜସେବୀ ତଥା ମୋ ଗାଁ ମୋ ଗର୍ବ ଆବାହକ ଇଂ. ଅରୁଣ କୁମାର ବିଶ୍ୱାଳ ନିଜ ବକ୍ତବ୍ୟରେ କହିଥିଲେ। ରବିବାର ସନ୍ଧ୍ୟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅଠତିରା -ଆଳଙ୍ଗପୁର ସ୍ଥିତ ସରସ୍ବତୀ ଵିଦ୍ୟାସାଗର ବିଦ୍ୟାଳୟରେ ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଭାରତୀୟ ଶିକ୍ଷା ପରିଷଦର ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଯଯାତି କୁମାର ସ୍ୱାଇଁଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ସମାଜସେବୀ, ଶିକ୍ଷାବିତି ତଥା ମୋ ଗାଁ- ମୋ ଗର୍ବ ଆବାହକ ଇଂ.ଅରୁଣ କୁମାର ବିଶ୍ୱାଳ, ମୁଖ୍ୟବକ୍ତା ମଧୁର ଜଳ ମସ୍ଚ୍ୟ ଗବେଷଣା (ସିଫା )ଅଧକ୍ଷ ଶ୍ରୀ ଯୁକ୍ତ ପ୍ରିୟବ୍ରତ ସ୍ୱାଇଁ,ସଂମ୍ମାନିତ ଅତିଥି ଶିକ୍ଷାବିତି ବେଣୁଧର ଲେଙ୍କା, ପୂର୍ବତନ ଗ୍ରାମ୍ୟ ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ନଟକିଶୋର ମହାନ୍ତି, ଲବଣସତ୍ୟାଗ୍ରହ ବିଦ୍ୟାପୀଠ ପ୍ରଧାନଶିକ୍ଷକ ତରୁଣ କୁମାର ନାୟକ, ଅସ୍ତରଙ୍ଗ ସାଧନ ସଂଯୋଜକ ସନ୍ତୋଷ କୁମାର ସ୍ୱାଇଁ, ସମାଜସେବୀ ପ୍ରଶାନ୍ତ ଭୋଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚପରିଚାଳନା କରିଥିଲେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଜୁମରବର ବାରିକ।ମୁଖ୍ୟବକ୍ତା ସିଫା ଅଧକ୍ଷ ଶ୍ରୀଯୁକ୍ତ ପ୍ରିୟବ୍ରତ ସ୍ୱାଇଁ  ନିଜ ବକ୍ତବ୍ୟରେ ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଶିକ୍ଷାବିତି ବେଣୁଧର ଲେଙ୍କା ନିଜ ବକ୍ତବ୍ୟରେ ସଂସ୍କୃତି, ପରମ୍ପରା ପର୍ଯ୍ୟବେଷିତ ଶିକ୍ଷା ଦ୍ୱାରା ଶିଶୁର ଆଚରଣ, ଉଚ୍ଚାରଣ ମାର୍ଜିତ ହେବା ସହ ବ୍ୟବହାରିକ ଜ୍ଞାନ ବୃଦ୍ଧି ଘଟିଥାଏ। ଏହା ଦ୍ୱାରା ସୁସ୍ଥ ସମାଜ ଗଠନ କରାଯାଇ ପାରିବ ବୋଲି ଶ୍ରୀ ଲେଙ୍କା ମତବ୍ୟକ୍ତ କରିଥିଲେ। ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶିଶୁ ମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ସଂମ୍ମାନିତ ଅତିଥି ଗଣ ଛାତ୍ର, ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ନେଇ ମାର୍ଗଦର୍ଶନ କରାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୁମର ବାରିକି ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଛାତ୍ର, ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ର, ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହ ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୁମର ବାରିକି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ