ଜୟ ମା’ ଗଜଲକ୍ଷ୍ମୀ ଧ୍ୱନିରେ ପ୍ରକମ୍ପିତ ପୂଜାମଣ୍ଡପ

ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ଗୁରୁବାର ପଞ୍ଚମ ଦିନରେ ପହଞ୍ଚିଛି। ସୁସଜ୍ଜିତ ମେଢରେ ମା’ ଗଜଲକ୍ଷ୍ମୀଙ୍କ ମନୋମୁଗ୍ଧକର ପ୍ରତିମା ଝଲସି ଉଠୁଥିବା ବେଳେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ପୂଜାମଣ୍ଡପରେ ବେଦମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ମହିଳା ଭକ୍ତଙ୍କ ହୁଳହୁଳି ଏବଂ ‘ଜୟ ମା’ ଗଜଲକ୍ଷ୍ମୀ’ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠୁଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଓ ଆଳତି ସମ୍ପନ୍ନ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ଆଳତି ଦର୍ଶନ କରୁଛନ୍ତି। ଏହି ଅବସରରେ ଛତ୍ରପୁର ପୌରପରିଷଦର କାଉନସିଲର କେ. ରମେଶ, ଅମରେଶ ମହାରଣା, ଏମ. ୱାଣୀ ସେନାପତି, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ବି. ନିଶ୍ଚଳା ସ୍ୱାମୀ, ଡି. ଇନ୍ଦୁ, ଅରୁନ୍ଧତୀ ରେଡ୍ଡୀ, ମାମା ସେଠୀ ଓ ମମତା ପାତ୍ରଙ୍କ ସମେତ ବହୁ ଶ୍ରଦ୍ଧାଳୁ ପୂଜାମଣ୍ଡପରେ ପହଞ୍ଚି ମା’ଙ୍କ ଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ପଣ୍ଡିତ ସରୋଜ ଶତପଥୀ ଓ ନୃସିଂହ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ କରାଯାଇ ପାରମ୍ପରିକ ରୀତିନୀତିରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପୂଜାକୁ ନେଇ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ