ଆସିକା ସମବାୟ ଚିନିଶିଳ୍ପର ୬୩ତମ ଆଖୁପେଡା ଋତୁ ଶେଷ

ଆସିକା  (ୱାଇଏନ୍‍ଏସ୍‍): ଆସିକା ସମବାୟ ଚିନିଶିଳ୍ପର ୬୩ତମ ଆଖୁପେଡା ଋତୁ ସୋମବାର ଭୋର୍‍ ୩ ଟା ୫୦ ମିନଟ ସମୟରେ ଶେଷ ହୋଇଥିବା ଜଣାପଡିଛି । ୧୯୬୩ ମସିହା ଡିସେମ୍ବର ମାସରୁ ଆସିକା ସମବାୟ ଚିନିଶିଳ୍ପର ପ୍ରଥମ ଆଖୁପେଡା ଋତୁ ଆରମ୍ଭ ହୋଇଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଆଖୁଚାଷୀମାନେ ଆଖୁଚାଷ କରିବାକୁ ଯେଭଳି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ଚିନିଶିଳ୍ପ କର୍ତ୍ତୃପକ୍ଷ ବହୁବିଧ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ଆସିକା ସମବାୟ ଚିନିଶିଳ୍ପର ୨୦୨୫-୨୬ ମସିହାର ୬୩ତମ ଆଖୁପେଡା ଋତୁ ଗତ ଜାନୁଆରୀ ମାସ ୩୦ ତାରିଖଠାରୁ ଆରମ୍ଭ ହୋଇଥିଲା ବେଳେ ଦୀର୍ଘ ୩୧ଦିନ ଚାଲିବା ପରେ ସୋମବାର ଆଖୁପେଡା ଋତୁ ଶେଷ ହୋଇଥିବା ଜଣାପଡିଛି । ସମବାୟ ଚିନିଶିଳ୍ପ ଚଳିତ ଆଖୁପେଡା ଋତୁରେ ପ୍ରାୟ ୨୧ ହଜାର ୧୧୬ ମେଟ୍ରିକ୍ ଟନ୍‌ରୁ ଉର୍ଦ୍ଧ୍ୱ ଆଖୁପେଡି ପ୍ରାୟ ୧୦ହଜାର ୨୯୦ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଚଳିତ ଆଖୁପେଡା ଋତୁ ସୁରୁଖୁରୁରେ ସଂପାଦିତ ହୋଇଥିବା ଯୋଗୁଁ ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ ପ୍ରମୁଖ ଗଞ୍ଜାମ ଟ୍ରକମାଲିକ ସଂଘ ଆସିକା ଜୋନ୍‌ର କର୍ମକର୍ତ୍ତା ଙ୍କ ଠାରୁ ଆରମ୍ଭ କରି ଚିନିଶିଳ୍ପର କର୍ମଚାରୀ, ଆଖୁଚାଷୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହି ଶିଳ୍ପାନୁଷ୍ଠାନର ପ୍ରଗତିର ରଥକୁ ଆଗେଇ ନେବାକୁ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସମବାୟ ଚିନିଶିଳ୍ପର ୬୩ ତମ ଆଖୁପେଡା ଋତୁ ସମ୍ପନ୍ନ ଅବସରରେ ଆଖୁନାଳି ନିକଟରେ ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ହୋଇଥିବା ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର ଏଓ ଚିତ୍ତ ଚିନ୍ମୟ ରଂଜନ ନାୟକ, କର୍ମଚାରୀ ସଂଜୟ କୁମାର ଷଡଙ୍ଗୀ, ପ୍ରଶାନ୍ତ କୁମାର କର, ବାଇଧର ନାହାକ, ଇଂ ଅରୁଣ କୁମାର ପାତ୍ର, ଇଂ କେଦାରନାଥ ସାହୁ, ଶ୍ରୀନିବାସ ମହାପାତ୍ର, ଧ୍ରୁବଚରଣ ସାହୁ, ସନ୍ତୋଷ କୁମାର ପଟ୍ଟନାୟକ, ସେଫାଳୀ ସୁନ୍ଦର ଦାଶ, ଦୁଷ୍ମନ୍ତ କୁମାର ପାଢୀ, ରାଜେଶ୍‍ କୁମାର ନାୟକ, ଜଗନ୍ନାଥ ପଟ୍ଟନାୟକ, ରାଧାମାଧବ ନାହାକ, ଶ୍ରୀକାନ୍ତ ପାତ୍ର, ସନ୍ତୋଷ କୁମାର ସ୍ୱାଇଁ, ଭଗବାନ ବେହେରା, ଲକ୍ଷ୍ମୀନାରାୟଣ ସାହୁ, ବାବୁଲା ବେହେରା, ରଜତ କୁମାର ପ୍ରଧାନ, ଜଗବନ୍ଧୁ ବିଶ୍ୱାଳ, ଟୁକୁନା ଗୌଡ, ରବିନ୍ଦ୍ର କୁମାର ମହାରଣା, ଶ୍ୟାମସୁନ୍ଦର ପ୍ରଧାନ, ବିଜୟ କୁମାର ବେହେରା, ସିମାଚଂଳ ମହାନ୍ତି, ପପୁ ରାଉଳଙ୍କ ସମେତ ବିଭିନ୍ନ ବିଭାଗର ବହୁପଦାଧିକାରୀଙ୍କ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ୧୯୬୩ ମସିହା ଡିସେମ୍ବର ମାସରୁ ଆସିକା ସମବାୟ ଚିନିଶିଳ୍ପର ପ୍ରଥମ ଆଖୁପେଡା ଋତୁ ଆରମ୍ଭ ହୋଇଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଆଖୁଚାଷୀମାନେ ଆଖୁଚାଷ କରିବାକୁ ଯେଭଳି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ଚିନିଶିଳ୍ପ କର୍ତ୍ତୃପକ୍ଷ ବହୁବିଧ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଦୃଢ ଇଛାଶକ୍ତି ଓ ମାର୍ଗଦର୍ଶନରେ ସମବାୟ ଚିନିଶିଳ୍ପ ପ୍ରଗତି ପଥରେ ଆଗେଇ ଚାଲିଥିବା ଲକ୍ଷ୍ୟ କରାଯାଇଛି । । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଞ୍ଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା ଓ ଜଗନ୍ନାଥପ୍ରସାଦ ଇତ୍ୟାଦି ୧୬ଟି ବ୍ଳକ ଓ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ଚଳିତବର୍ଷ ୧୨୧୯ ଏକର ଜମିରେ ଆଖୁ ଚାଷ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ