ଶାଳଣିଆଁ ଠାରେ ବିଜୁବାବୁ ଙ୍କ ୧୧୦ତମ ଜୟନ୍ତୀ ପାଳିତ
ହାଟଡିହି (ଓ୍ବାଇଏନଏସ): ଶାଳଣିଆଁ ଠାରେ ବିଜୁବାବୁ ଙ୍କ ୧୧୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିଲାଗି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବିଜୁବାବୁ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ,ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ୩୭ନଂ ଜୋନର ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଜିଲ୍ଲା ବିଜେଡି ସମ୍ପାଦକ ବିରେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲା ଉପସଭାପତି ବିକ୍ରମ ବିଶ୍ୱାଳ, ଆଇନୀଜୀବୀ ରଙ୍ଗାଧର ମଲ୍ଲିକ, ପ୍ରତାପ ଦେଓ, ରଞ୍ଜନ ପହି, ଦୀପ୍ତି ରଞ୍ଜନ ଦାସ, ପ୍ରିୟବ୍ରତ ନାୟକ, ଅନାଥ ନାୟକ, ନିର୍ମଳ ସେଠୀ, ଅମର ସେଠୀ, ଗିରିଶ ସ୍ୱାଇଁ, ବ୍ରହ୍ମାନନ୍ଦ ଜେନା, ଭ୍ରମର ବର ସେଠୀ, ଆଦିକନ୍ଦ ଯେନା, ବିଭୁ ଜେନା, ସୁରେନ୍ଦ୍ର ସେଠୀ, ଭାଗୀ ଜେନା ପ୍ରମୁଖ ଯୋଗଦେଇଥିଲେ।


