ମା ରତ୍ନମାଳୀ ହାଇସ୍କୁଲରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) :ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ହାଇସ୍କୁଲରେ ବୁଧବାର ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ ହୋଇଯାଇଛି । ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ଗୋବିନ୍ଦ ପରିଡା, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ଯୋଗଦେଇ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନର ଲକ୍ଷ୍ୟ ଓ ଅଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ ହୋଇଥିଲା ବେଳେ ଭାଷା ହିଁ ତାର ଐଶ୍ଚର୍ଯ୍ୟ ବୋଲି ପ୍ରକାଶ କରି ଓଡିଆ ଭାଷାର ଗୌରବମୟ ପରମ୍ପରା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ଓଡିଆ ଭାଷାକୁ ସୁଦୃଢ କରିବା ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି କାଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।


