ମା କାଳୀ ପ୍ରିମିୟର୍‍ ଲିଗ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‍ଯାପିତ

ଆସିକା (ୱାଇଏନ୍‍ଏସ୍‍) :ଆସିକା ଏନ୍‍ଏସି ଅଧୀନସ୍ଥ ଟାଉନ୍‍ ହଲ୍‍ ଖେଳପଡିଆରେ ଗତ ୭ ତାରିଖ ଠାରୁ ଚାଲିଆସିଥିବା ମା କାଳୀ ପ୍ରିମିୟର୍‍ ଲିଗ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଅପରାହ୍ନରେ ଉଦ୍‍ଯାପିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ଆସିକା ଏନ୍‍ଏସି କାଉନସିଲର ନିଗମାନନ୍ଦ ରାଉତ, ଆସିକା ନଗର ଯୁବ ବିଜେଡି ସଭାପତି ଜିତେନ୍ଦ୍ର କୁମାର ମହାରଣା ପ୍ରମୁଖ ଅତିଥି ରୂପେ ଯୋଗଦେଇ କ୍ରୀଡାବିତ୍‍ମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ଓ ସୁନାମ ଅର୍ଜନ କରି ଜଣେ ଜଣେ ଭଲ ଖେଳାଳୀ ହେବାକୁ ଆହ୍ୱାନ କରିବା ସହ ଶାରୀରିକ ସୁସ୍ଥତା ପାଇଁ କ୍ରୀଡାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି ମା କାଳୀ ପ୍ରିମିୟର୍‍ ଲିଗ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦ୍‍ଯାପନୀ ମ୍ୟାଚ୍‍ରେ ଅଂଶଗ୍ରହଣ କରିଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା । ମା କାଳୀ ପ୍ରିମିୟର୍‍ ଲିଗ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦ୍‍ଯାପନୀ ମ୍ୟାଚ୍‍ ଏମ୍‍ଏସ୍‍ଡି ଫ୍ରେଣ୍ଡସ୍‍ କ୍ରିକେଟ୍‍ କ୍ଳବ ସହ ରାମଦୁତ୍‍ଯୋଦ୍ଧା କ୍ରିକେଟ କ୍ଳବ୍‍ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲା ଏବଂ ଶେଷରେ ଏମ୍‍ଏସ୍‍ଡି ଫ୍ରେଣ୍ଡସ୍‍ କ୍ରିକେଟ କ୍ଳବ ଚାମ୍ପିୟନ୍‍ ହୋଇଥିଲା ବେଳେ ରାମଦୁତଯୋଦ୍ଧା କ୍ରିକେଟ କ୍ଳବ ରନର୍‍ସ ଅପ୍‍ ହୋଇଥିଲା । ମା କାଳୀ ପ୍ରିମିୟର୍‍ ଲିଗ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମା କାଳୀ କ୍ରିକେଟ କ୍ଳବର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଆସିକା ଏନ୍‍ଏସିି ଅଧୀନସ୍ଥ ୧୩ ନମ୍ବର ୱାର୍ଡ ଅଧିନସ୍ଥ କାଳୀମୁଖୀ ସାହିର ଉତ୍ସାହୀ ଯୁବପିଢୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଥିବା ଏହି କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟକୁ ସୁପରିଚାଳନା କରିବା ଦିଗରେ ସଂଗ୍ରାମ ଚୌଧୁରୀ, ରାହୁଲ୍‍ ନାୟକ, ଆଶିଷ୍‍ ନାୟକ, କିଶାନ୍‍ ନାୟକ, ଭବାନୀ ଶଙ୍କର ନାୟକ, ବିକ୍ରମ ନାୟକ, ଶକ୍ତିରଂଜନ ନାୟକ, ରବି ନାୟକ, ବିକାଶ କୁମାର ନାୟକ, ସୌମନ୍‍ କୁମାର ଚୌଧୁରୀଙ୍କ ସମେତ କ୍ଳବର ସଭ୍ୟମାନେ ସକ୍ରିୟ ସହଯୋଗ କରିଥିବା ବେଳେ ଏହି କ୍ରିକେଟ ପ୍ରତିଯୋଗିତାକୁ ଦେଖିବା ଲାଗି ଟାଉନ୍‍ ହଲ୍‍ ଖେଳପଡିଆରେ କ୍ରୀଡାପ୍ରେମୀଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ