ବାବନପୁର ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ପାଇଁ ବ୍ୟାପକ ପ୍ରସ୍ତୁତି
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ଐତିହ୍ୟ, ସଂସ୍କୃତି ସମ୍ପନ୍ନ ଓ ଭାଇଚାରାର ଗ୍ରାମ ରୂପେ ପରିଚିତ ଥିବା ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଆସନ୍ତା ଏପ୍ରିଲ ମାସ ୧୧ତାରିଖ ଶନିବାର ଦିନ ମାନସିକଧାରୀ ଆଧ୍ୟାତ୍ମିକପ୍ରେମୀ ତ୍ରିବେଣୀ ଚରଣ ନାୟକ ଓ ନମିତା କୁମାରୀ ନାୟକ, ବିକ୍ରମ କୁମାର ନାୟକ ଓ ଲିପିମୟୀ ନାୟକ, ନିଳାଞ୍ଚଳ ନାୟକ ଓ ସୁଚିତ୍ରା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଟିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନକୁ ଶୃଙ୍ଖଳିତ ଭାବେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଏହି ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମରେ ବାବନପୁର, ଖାରିଆ, ମରାଇପଲ୍ଲୀ, ବଡଖୋଲି ଦଣ୍ଡଦଳ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଦେବଦେବ ମହାଦେବ ଓ ମହାମାୟୀ ମା କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଉତ୍କଣ୍ଠାର ସହ ଚାହିଁ ବସିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ଏପ୍ରିଲ ମାସ ୧୧ ତାରିଖରେ ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ତଥା ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ସଂପନ୍ନ କରିବା ଲାଗି ଅଧ୍ୟାକ୍ମିକପ୍ରେମୀ ତ୍ରିବେଣୀ ଚରଣ ନାୟକ ଏବଂ ବିକ୍ରମ କୁମାର ନାୟକ ଓ ନିଳାଞ୍ଚଳ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶ୍ରଦ୍ଧାଳୁ ଭକ୍ତ ଅନିଲ୍ କୁମାର ନାୟକ, ସୁନିଲ୍ କୁମାର ନାୟକ, ରନିଲ୍ କୁମାର ନାୟକ, ପ୍ରଦୀପ କୁମାର ନାୟକ, ସଂଜୟ କୁମାର ନାୟକ, ସନ୍ତୋଷ କୁମାର ଜେନା, ଜଗନ୍ନାଥ ପଟ୍ଟନାୟକ, ସୁଦାମ ପଟ୍ଟନାୟକ, ଶିବରାମ ଗୌଡ, ମାନସ ରଂଜନ ଗୌଡ, ବାବୁରାମ ଜେନା, ବିଜୟ କୁମାର ନାୟକ, ଦୁର୍ଗାପ୍ରସାଦ ଜେନା, ସୀତାରାମ ନାୟକ, ସୁଶାନ୍ତ କୁମାର ନାୟକ, କୈଳାଶ ବାଡତ୍ୟା, ଦିଲୀପ କୁମାର ନାୟକ, ଗଗନ ବିହାରୀ ନାୟକ, କୈଳାଶ ନାୟକ, ରଙ୍କନିଧି ଗନ୍ତାୟତ, ରଂଜନ ପାଢୀ, ଜିତୁ ଗୌଡ, ହରି ଜେନା, ବାବୁ ମୁନି, ରାଜୁ ଗୌଡ, ଚିତ୍ରସେନ ନାୟକ, ସନାତନ ଜେନା, ଶ୍ୟାମ ବେହେରା, ବିଜୟ କୁମାର ରାଉତ, ହାଡୁ ସେଠୀ, ଟୁକୁନା ଖଣ୍ଡୁଆଳ, କାଳୀ ଦାଶ, ରାମ ଜେନା, ମିଟୁ ନାୟକଙ୍କ ସମେତ ଗ୍ରାମବାସୀ, ଉତ୍ସାହୀ ଯୁବପିଢୀ, ଶ୍ରଦ୍ଧାଳୁ ଭକ୍ତ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ଆସନ୍ତା ଏପ୍ରିଲ ମାସ ୧୧ ତାରିଖରେ ମହାମାୟୀ ମା କାଳୀଙ୍କ ଆମନ୍ତ୍ରଣ, ଆଲୋକ ଓ ପାନୀୟ ଜଳ ଓ ପରିମଳର ସୁବନ୍ଦୋବସ୍ତ, ପାଣିଦଣ୍ଡ ପାଇଁ ପୋଖରୀର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ମହାମିଳନ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ ଉପଭୋଗ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।


