ଗାଁ ଦାଣ୍ଡରେ ସଧବାଙ୍କ ପନ୍ଥେଇ ପୂଜା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳବାର। ପାରମ୍ପରିକ ପ୍ରଥା ଅନୁସାରେ ନିମାପଡ଼ା, ଚାରିଛକ, ନୟାହାଟ ଅଞ୍ଚଳ ର ସଧବା ମହିଳା ମାନେ ନିଜ ନିଜ ଗାଁ ଦାଣ୍ଡ ଓ ଗ୍ରାମ ଦେବତୀ ଙ୍କ ପୀଠ ଠାରେ ପନ୍ଥେଇ ପୂଜା କରିଥିଲେ। ପ୍ରାତଃ ରୁ ମହିଳା ମାନେ ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଗାଁ ଦାଣ୍ଡରେ ପନ୍ଥେଇ ଖୋଳି ଗୋବର ରେ ଲିପି ଥିଲେ। ପନ୍ଥେଇ ରେ ମା ମଙ୍ଗଳା ଙ୍କ ନାମ ରେ ଗୁଆ ବସାଇ ନବ ବସ୍ତ୍ର, ଫୁଲ, ଚନ୍ଦନ, ସିନ୍ଦୁର ପ୍ରଦାନ କରି ପନ୍ଥେଇ ରେ ହଳଦୀ ପାଣି ଢ଼ାଳି ମା ମଙ୍ଗଳା ଙ୍କ ପୂଜା କରିଥିଲେ।ପନ୍ଥେଇ ନିକଟରେ ଫଳ ମୂଳ, ଉଖୁଡା, କଦଳୀ ଭୋଗ ଲାଗି କରିବା ସହିତ ସମସ୍ତେ ଘିଅ ଦୀପ ରେ ବନ୍ଦାପନା କରିଥିଲେ। ପୂଜା ପରେ ସମସ୍ତ ମହିଳା ଓ ଚୈତ୍ର ମଙ୍ଗଳବାର ଓଷା ରଖିଥିବା ଶ୍ରଦ୍ଧାଳୁ ମାନେ ପନ୍ଥେଇ ରେ ଢ଼ଳା ଯାଇଥିବା ଫଳ ମୂଳ ମିଶା ହଳଦୀ ପାଣି କୁ ମା ଙ୍କ ପ୍ରସାଦ ଭାବେ ଖାଇଥିଲେ।ଏହିପରି ଚୈତ୍ର ମାସ ର ପାଞ୍ଚ ମଙ୍ଗଳବାର ସଧବା ମହିଳା ଓ ଚୈତ୍ର ମଙ୍ଗଳବାର ଓଷା ରଖିଥିବା ଶ୍ରଦ୍ଧାଳୁ ମାନେ ଗାଁ ଦାଣ୍ଡ ରେ ପନ୍ଥେଇ ପୂଜା କରିବାର ପରମ୍ପରା ରହିଆସିଛି। ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାର ରେ ସମସ୍ତ ଗାଁ ରେ ପନ୍ଥେଇ ପୂଜା ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ