ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ କମିଶନରଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସୂକ୍ଷ୍ମ, ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ କମିଶନର- ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ପହଞ୍ଚିଥିଲେ। ଏହି ଅବସରରେ ବିଭିନ୍ନ ବ୍ଲକ୍‌ରେ ଚାଲୁଥିବା ସରକାରୀ ଯୋଜନା ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥଳ ପରିଦର୍ଶନ କରିଥିଲେ। ଗସ୍ତ ଅବସରରେ ସେ ଡେରାବିଶ ଓ କେନ୍ଦ୍ରାପଡା ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା,ବସୁଧା ପାନୀୟ ଜଳ ଯୋଜନା, ଓଡ଼ିଶା ଜୀବିକା ମିଶନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର, ମିଶନ ଶକ୍ତି, ବିକଶିତ ଗାଁ ବିକଶିତ ଓଡ଼ିଶା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକଳାପ ଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ। ସେହିପରି ନିକିରାଇ ଗ୍ରାମପଞ୍ଚାୟତରେ ମୁଗ ଡେମୋନଷ୍ଟ୍ରେସନ, ଜୁଟ୍ ଟ୍ରେନିଂ ସେଣ୍ଟର ବୁଲି ଦେଖିଛନ୍ତି । ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଗସ୍ତ କରି ବିଭିନ୍ନ ଯୋଜନା ଓ ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକୃଷ୍ଣ ଜେନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କମିଶନର କ୍ଷେତ୍ରସ୍ତରରେ ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଗୁଣାତ୍ମକ ଓ ସମୟୋପଯୁକ୍ତ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ