ତୁଳସୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ୩୬ବେଶ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ବୈକୁଣ୍ଠନାଥ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭଉଦଘାଟନ କରିଥିଲେ। ବହ୍ମପୁରସ୍ଥିତ ଦିବ୍ୟାଙ୍ଗ ଅନୁଷ୍ଠାନର କର୍ମକର୍ତ୍ତା ଭବାନୀଶଙ୍କର ପାଢୀ ଏଥିରେ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ତଥା ଭବ୍ୟ ୩୬ବେଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୬ ପ୍ରକାରର ବେଶ ବେଶ ମନୋରମ, ଦୁଲର୍ଭ ଓ ମନମୁଗ୍ଧକର ହୋଇଥିଲା। ଶତାଧିକ ସ୍ଥାନୀୟ ଜନସାଧାରଣଙ୍କ ସମେତ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମନୋରମ ବେଶ ଦେଖି ଭାବବିହ୍ୱଳ ହୋଇପଡିଥିଲେ। ଏହି କାର୍ଯ୍ୟକ୍ରମରେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ପିଲାମାନେ ଭକ୍ତି ସଂଗୀତ ପରିବେଷଣ କରି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବଳଦେବସେନା, ବଜରଙ୍ଗଦଳ, ଧର୍ମଜାଗରଣ ସେନାର କର୍ମକର୍ତ୍ତାମାନଙ୍କ ସମେତ ସ୍ଥାନୀୟ ଲୋକମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ