ପୋଲିସ ଡିଜିପିଙ୍କ ଦ୍ୱାରା ଗଜପତି ଏସପିଙ୍କ ସମେତ ସମ୍ମାନୀତ ହେଲେ ୪ ପୁଲିସ ଅଧିକାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ଓ ଗଞ୍ଜେଇ ଚାଷକୁ ରୋକିବାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଯୋଗୁଁ ଗଜପତି ଏସ୍ପି ଓ ଜିଲ୍ଲାର 4 ଜଣ ପୋଲିସ ଅଧିକାରୀଙ୍କୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମ୍ମାନୀତ କରିଛନ୍ତି। ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ହେଲେ ଆର୍ ଉଦୟଗିରି ଥାନାର ଏସ୍ଆଇ ସ୍ବପ୍ନାରାଣୀ ବେହେରା, ଏସ୍ଆଇ ସନ୍ଦୀପ ହେମ୍ବ୍ରମ, ମୋହନା ଥାନାର ଏସ୍ଆଇ ପଙ୍କଜ ଦାସ ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀଙ୍କୁ ରାଜ୍ୟ ପୋଲିସ ଡିଜିପି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଦୃଢ ନେତୃତ୍ୱରେ ଉପରୋକ୍ତ ପୋଲିସ ଅଧିକାରୀମାନେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା ଚାଲାଣକୁ ରୋକିବାରେ ସଫଳତା ଆଣିବା ସହ ଅଞ୍ଚଳବାସୀଙ୍କୁ ଏନେଇ ବ୍ୟାପକ ସଚେତନ କରିଥିବା ଯୋଗୁଁ ସେମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଛି .


