ମୁନିଗୁଡାରେ ପବିତ୍ର ଇଦ ପର୍ବ ପାଳିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ମୁସଲିମ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ପବିତ୍ର ଇଦ ପର୍ବ ମହା ଆଡମ୍ବରର ସହ ପାଳିତ ହୋଇଯାଇଛି l ମୁସଲିମ ସମ୍ପ୍ରଦାୟର ପୁରୁଷ ମହିଳା ଯୁବକ ଯୁବତୀ ମାନଙ୍କ ଦ୍ୱାରା ରମଜାନ ମାସ ତମାମ ଉପବାସ ରହିବା ପରେ ଗତକାଲି ସନ୍ଧ୍ୟାରେ ଇଦ ଚନ୍ଦ୍ରଙ୍କୁ ଦେଖିବା ପରେ ନିଜ ନିଜର ଉପବାସ ସମାପ୍ତ କରିଥିଲେ l ଆଜି ସଖାଳୁ ସମସ୍ତେ ନୂତନ ବସ୍ତ୍ର ଧାରଣ କରି ମସଜିଦ ଠାରେ ପହଞ୍ଚି ଥିଲେ l ସେଠାରେ ମସଜିଦର ମୁଖ୍ୟ ହାପିସା ମହମ୍ମଦ ଯାକ୍କାଉଲାଙ୍କ ଦ୍ୱାରା ସାମୁହିକ ନମାଜ ପାଠ କରାଯିବା ପରେ ଇଦ ପର୍ବ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ପ୍ରବଚନ ଦେଇଥିଲେ l ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରଖ ଜଣାଇବା ସହ ମିଷ୍ଟାନ ଖୁଆଇ ଶୁଭେଚ୍ଛା ଜଣାଇଥିଲେ l ପରେ ମସଜିଦ ପରିସରରେ ମୁସଲିମ ସମାଜର ମୁଖ୍ୟ ଏମଡି.ଆୟୁବ,ଶେଖ ହାବିବ,କରାମତ ହୁସେନ,ଅବଦୁଲ ରେହେମାନ,ଏମଡି ୟାସିନ,ଶେଖ ନବୁ,ଏମଡି ଫାରୁକ,ଏମଡି. ତଫିକ,ଶେଖ ନାସାଦ,ମହମ୍ମଦ ଈସୁବ, ଏମଡି.ସୁକ୍ରୁ,ଅବଦୁଲ ହାଜିଙ୍କ ସମେତ ଯୁବକ ସମାଜର ଏମଡି ଇମ୍ରାନ, ଏମଡି.ଇମ୍ମୁ, ଗାଫର,କାୟୁମ,ଏମଡି.ଦିଲାବର,ରାଜ ଶେଖ ୱାସୀମ,ଶେଖ ନସୀମ,ଶେଖ ଶାହରୁଖ, ଏମଡି.ଅନିଶ, ଏମଡି.ଅନୱାର, ଆକ୍ରମ ପ୍ରମୁଖଙ୍କ ସମେତ ସମାଜର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ କରାଇଥିଲେ l ସେହିପରି ସମ୍ପ୍ରଦାୟର ମହିଳା ମାନେ ନିଜ ନିଜ ଘର ମାନଙ୍କରେ ନମାଜ ପାଠ କରିଥିବା ବେଳେ ଘରେ ବିଭିନ୍ନ ପ୍ରକାରର ମିଷ୍ଟାନ ଓ ବ୍ୟଞ୍ଜନ ତିଆରୀ କରି ନିଜ ସମ୍ପର୍କୀୟ ଓ ଆଖପାଖ ପଡୋଶୀ ମାନଙ୍କୁ ବଣ୍ଟନ କରିଥିବା ଜଣାପଡିଛି l ସେହିପରି ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି l


