୩ବର୍ଷ ହେଲା ହେଉନି ରାସ୍ତା ମରାମତି: ବ୍ଲକବାସୀ ଅସନ୍ତୋଷ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର ଦୁଇ ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବୃନ୍ଦାବାଡିକୁ ଯାଇଥିବା ଆର୍ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।କାର୍ଯ୍ୟ ଆରମ୍ଭରୁ ଆଜିଯାଏ ପିଚୁ ପଡିନାହିଁ। ବଡ଼ ବଡ଼ ସାଇଜରେ ମେଟାଲ ପକାଯାଇ ସାଇଜ୍ରେ ପକାଇ ଥିବାର ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ମରାମତି ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କେହି କର୍ମଚାରୀ ତଦାରଖ ପାଇଁ ନଥିବାରୁ ପେଟି ଠିକାଦାରକୁ ପ୍ରଦାନ କରି କାମ ଏପରି ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ରାତିରେ କଣ ଦିନରେ ଯାତାୟାତ ସମୟରେ ଦୁର୍ଘଟଣା ଘଟି ଆହତ ହେଉଛନ୍ତି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରୁଛନ୍ତି । ଏହିରାସ୍ତା କଲ୍ୟାଣସିଂହପୁର ଠାରୁ ବିଷମ କଟକକୁ ସଂଯୋଗ ହେଉଥିବତୁ ଦୁଇ ବ୍ଲକ ବାସି ଉପକୃତ ହେଉଛନ୍ତି। ବୃନ୍ଦାବାଡି ଓ ପପିକଣା ମଧ୍ୟରେ ବିଶାଖାପାଟଣା ରାୟପୁର ରେଳ ଲାଇନ ରହିଥିବାରୁ ଲୋକଙ୍କ ପାଇଁ ବାଧକ ସାଜିଛି। କିନ୍ତୁ ଲୋକେ ରେଳ ଲାଇଙ୍କୁ ଖାତିରି ନକରି ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।ପ୍ରାୟ ଗୋଟିଏ ବର୍ଷ ହେବ ଅଣ୍ଡର ରୋଡ଼ କରିବା ସମସ୍ତ ବ୍ୟବସ୍ତା ସରିଥିଲେ ମଧ୍ୟ କାହଁକି ବିଳମ୍ବ ହେଉଛି କେହି କହି ପାରୁ ନାହାନ୍ତି।ବୃନ୍ଦାବଡି ଗ୍ରାମରୁ ପୂର୍ତ୍ତ ବିଭାଗ ରାସ୍ତାକୁ ମାତ୍ର ଏକ କିମି ରାସ୍ତା ମରାମତି ଅଭାବରୁ ଯାତାୟାତ ଅନୁପଯୋଗୀ ଅବସ୍ଥାରେ ରହିଥିଲା। ଏହି ରାସ୍ତାରେ ପିଚୁପଡିନଥିବାରୁ ମେଟାଲ ଉଠିଵା ସହ ଖାଲଖମାରେ ଭର୍ତି ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ମରାମତି ଲାଗି ବିଭାଗୀୟ ଅଧିକାରୀଙ୍କୁ ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଏଣୁ ଜିଲ୍ଲାପାଳ ଦୃଷ୍ଟି ଦେଈ ବିଭାଗ ଅଧିକାରୀଙ୍କୁ ମରାମତି କରିବା ପାଇଁ ନିର୍ଦେଶ ଦେବା ଦାବୀ କରିଛନ୍ତି।ଏଥିସହ ରେଳ ଲାଇନରେ ଅଣ୍ଡର ପାସ ରାସ୍ତା କରିବା ପାଇଁ ଦାବୀ ହୋଇଛି।


