ନନ୍ଦିପଦାହାଟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ୍‌ର ନନ୍ଦିପଦା ହାଟ ରାସ୍ତାଠାରୁ ନନ୍ଦିପଦା ଗାଁ କୁ ଯାଇଥିବା ରାସ୍ତା ମଧ୍ୟରୁ  ଜବରଦଖଲ ଉଚ୍ଛେଦ  କରାଯାଇଛି। ଖାତା ନଂ ୩୬୭ର ପ୍ଲଟ୍ ନଂ ୯୨୦, ଖାତା ନଂ. ୩୭୧ର ପ୍ଲଟ୍ ୯୧୯  ଅନଧିକାର ଦଖଲ କରିଥିବା ସରକାରୀ ଜମିକୁ ଦଖଲ ମୁକ୍ତ କରାଯାଇଛି। ଏଠାରେ ନନ୍ଦିପଦା ହାଟ ଚାଲୁଥିବାରୁ ଅନେକ ବର୍ଷ ଧରି କିଛି ଲୋକ ଜବର ଦଖଲ କରି ଦୋକାନ କରିଆସୁଥିଲେ। ଏହି ରାସ୍ତା ଦେଇ ନନ୍ଦିପଦାହାଟ ହାଇସ୍କୁଲକୁ ଛାତ୍ରଛାତ୍ରୀ ମାନେ ଯାତାୟାତ କରୁଥିବା ବେଳେ ରାସ୍ତାଟି ସଂକୀର୍ଣ୍ଣ ହୋଇ ପଡିଥିବାରୁ ଯାତାୟାତରେ ନାନା ସମସ୍ୟା ଭୋଗୁଥିଲେ। ଏନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଅନେକବାର ଅଭିଯୋଗ ପରେ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ନିର୍ଦେଶରେ ଏହି ଉଛେଦ କରାଯାଇଛି। ନନ୍ଦିପଦା ପୋଲିସ ଓ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୭ଟି ଦୋକାନ ଘର ଭଙ୍ଗାଯାଇ ଏହି ଉଛେଦ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ