୫୦ ବର୍ଷରେ ପଦାର୍ପଣ କଲା ଟିଲୋର ଶ୍ରୀରାମ ନବମୀ ମହୋତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଠାରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି । ୫୦ ବର୍ଷ ପୂର୍ବେ ଏହି ସ୍ଥାନରେ ସ୍ୱର୍ଗତ ଶୁକଦେବ ଖୁଣ୍ଟିଆ, ସ୍ୱର୍ଗତ କୃପାସିନ୍ଧୁ ସାମଲ, ସ୍ୱର୍ଗତ ଗୌରାଙ୍ଗ ରାଜ, ସ୍ୱର୍ଗତ ହାଡିବନ୍ଧୁ ଲେଙ୍କା, ସ୍ୱର୍ଗତ ଅନିରୁଦ୍ଧ ସ୍ୱାଇଁ, ଗୌରହରି ବେହେରା, କାଳନ୍ଦି ବେହେରା, ଦେବେନ୍ଦ୍ର ସାହୁ, ଜଗବନ୍ଧୁ ଖୁଣ୍ଟିଆ, ଗଦାଧର ଲେଙ୍କା, ଧନେଶ୍ୱର ଜେନା ପ୍ରମୁଖଙ୍କ ଉଦ୍ୟମରେ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହି ପୂଜା ମହାଆଡମ୍ବର ସହକାରେ ପାଳିତ ହେଉଛି । ପ୍ରାରମ୍ଭରେ ଚୌଧୁରୀ ପୁଷ୍କରିଣୀରୁ କଳସ ଅଣାଯାଇ ଶୋଭାଯାତ୍ରାରେ ବଡସାହି ଓ ମାଳିସାହି ଗ୍ରାମ ପରିକ୍ରମା କରାଯାଇ ପୂଜା ମଣ୍ଡପରେ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୌରାଙ୍ଗ ପାତ୍ର, ବିଦ୍ୟୁତ ବିଶ୍ୱାଳ, ରାଜେଶ ଖିଲାର କଳସ ଆଣିଥିଲେ । ପୂଜକ ଭାସ୍କର ଚନ୍ଦ୍ର ଶତପଥି ଓ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ଉତ୍ସବ ୪ ଦିନ ଧରି ଚାଲିବାକୁ ଥିବା ବେଳେ ଶନିବାର ଠାରୁ ୪ ଦିନ ଧରି ଗାୟକ ଭାସ୍କର ସାହୁ ଓ ନାରାୟଣ ମହାରଣାଙ୍କ ଦ୍ୱାରା ବାଦୀ ପାଲା ପରିବେଷଣ ହେବ ବୋଲି କମିଟିର ସଭାପତି ମାଧବାନନ୍ଦ ବିଶ୍ୱାଳ ଏବଂ ସମ୍ପାଦକ ମଧୁ ସୂଦନ ସାମଲ ସୂଚନା ଦେଇଛନ୍ତି । ପୂଜା କାର୍ଯ୍ୟ ପରିଚାଳନାରେ ବିଦ୍ୟାଧର ଲେଙ୍କା, ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ଦୋଳ ଗୋବିନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, କାଶୀନାଥ ସାହୁ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଦ୍ମନାଭ ଖୁଣ୍ଟିଆ, କ୍ଷୀରୋଦ ରାଉତ, ଆଲୋକ ରାଉତ, ଯାଦବ ବିଶ୍ୱାଳ, ସଞ୍ଜୟ ସାମଲ, ଚିତ୍ତ ରଞ୍ଜନ ସାହୁ, ପ୍ରଦୀପ ପଢିଆରୀ, ଦୋଳଗୋବିନ୍ଦ ଜେନାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ମାଳିସାହି, ବଡସାହି, କୁଶବେଣ୍ଟି ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।


