ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିୟୋଗ

ଆସିକା (ୱାଇଏନ୍‍ଏସ୍‍): ଆସିକା ମ୍ୟୁନିସିପାଲିଟି ଅଧିନସ୍ଥ ୧୦ ନମ୍ବର ୱାର୍ଡ ପାଢୀ କଲୋନୀ ଅଞ୍ଚଳର ବାସିନ୍ଦା ଅବସରପ୍ରାପ୍ତ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ଉମାଚରଣ ପଟ୍ଟନାୟକ (ବୟସ ପ୍ରାୟ ୮୫ବର୍ଷ)ଙ୍କର ଅସୁସ୍ଥତା ଓ ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ପଟ୍ଟନାୟକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ଓ ଅବସରପ୍ରାପ୍ତ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ଭାବେ ପରିଚିତ ରହି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ମ୍ୟୁନିସିପାଲିଟି ଅଧୀନସ୍ଥ ପାଢୀ କଲୋନୀର ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମାଚରଣ ପଟ୍ଟନାୟକଙ୍କ ଅସୁସ୍ଥତା ଓ ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ସୁନାମ୍ବ ସାହି ସ୍ଥିତ ପବିତ୍ର ଋଷିକୁଲ୍ୟା ନଦୀ ତଟସ୍ଥ ଆଦର୍ଶ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ତଥା ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ପ୍ରିନ୍ସିପାଲ୍‍ ସଂଜୟ କୁମାର ପଟ୍ଟନାୟକ, ଶାନ୍ତୁନୁ କୁମାର ପଟ୍ଟନାୟକ, ସୁନିଲ୍‍ କୁମାର ପଟ୍ଟନାୟକ, ରାଜୀବ ପଟ୍ଟନାୟକ, ଚିନ୍ମୟ ପଟ୍ଟନାୟକ, ପୁତ୍ରବଧୁ ସଂଯୁକ୍ତା ପଟ୍ଟନାୟକ, ନିର୍ମଳା ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ, ସୁଶ୍ରୀ ପଟ୍ଟନାୟକ, କନ୍ୟା କଳ୍ପନା ପଟ୍ଟନାୟକ ଓ ସ୍ୱପ୍ନା ପଟ୍ଟନାୟକ ଏବଂ ଜୋଇଁ ଅରୁଣ କୁମାର ଦାଶ ଓ ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମାଚରଣ ପଟ୍ଟନାୟକଙ୍କ ବିୟୋଗରେ ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ସଂପାଦକ ପରବିନ୍ଦର ସିଂ, ନିର୍ଦ୍ଦେଶକ ଦୀପ୍‍ ଗମ୍ଭୀର, ଅଭିନିତ୍‍ ଗମ୍ଭୀର, ଗୀତୁ ଗମ୍ଭୀର, ଶିକ୍ଷାନୁଷ୍ଠାନର କର୍ମଚାରୀ ମନୋଜ କୁମାର ମିଶ୍ର, ବନବାସୀ ନାହାକ, ପ୍ରଶାନ୍ତ କୁମାର ମହାପାତ୍ର, ସୂର୍ଯ୍ୟନାରାୟଣ ଆଚାରୀ, ମନୋରଂଜନ ରଥ, ଶ୍ରୀକାନ୍ତ କୁମାର ରାଉତ ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ