ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ ) ପୁରୀରେ ମହାପ୍ରଭୁଙ୍କୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଦର୍ଶନ କରିଛନ୍ତି। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ବିତାଇଥିଲେ। ମହାପ୍ରଭୁ, ମା’ଲକ୍ଷ୍ମୀ, ବିମଳାଙ୍କ ମନ୍ଦିର ବୁଲି ଦେଖିବା ସହ କୋଇଲି ବୈକୁଣ୍ଠ ଓ ରୋଷଶାଳା ମଧ୍ୟ ବୁଲି ଦେଖିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କହିଛନ୍ତି, ପୁରୀ ଆସିଲେ ଶାନ୍ତି ମିଳେ lଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍ପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।ଶ୍ରୀମନ୍ଦିରରେ ସ୍ଥଳ ସେନାମୁଖ୍ୟ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ପୁରୀ ଏସ୍ପି ତାଙ୍କୁ ସ୍ଗାଗତ ଜଣାଇଥିଲେ । ଏହା ପରେ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ । ଏହା ପରେ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ସହିତ କୋଇଲି ବୈକୁଣ୍ଠ ବୁଲି ଦେଖିଥିଲେ । ଏଥିସହ ମହାପ୍ରଭୁଙ୍କ ରୋଷଘର ଦେଖି ସେ ଖୁବ ଆନନ୍ଦ ଅନୁଭବ କରିଥିଲେ । ଦର୍ଶନ ପରେ ସେନାମୁଖ୍ୟଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ, ବାନା ଓ ମହାପ୍ରସାଦ ଆଦି ପ୍ରଦାନ କରାଯାଇଥିଲା ।


