ନାଟ୍ୟକାର ଡ. ଦିଲ୍ଲୀପ ରଥଙ୍କ ନାଟକ ଲୋକାର୍ପିତ

ବାଲେଶ୍ୱର, (ସରାେଜ ପଣ୍ଡା): ବିଶ୍ୱ ନାଟ୍ୟଦିବସ ଅବସରରେ ଏବଂ ‘ଚନ୍ଦ୍ରଭାଗା’ ଓ ‘ସହଯୋଗ’ ଅନୁଷ୍ଠାନ ଆନୁକୂଲ୍ୟରେ ନାଟ୍ୟକାର ଡ. ଦିଲ୍ଲୀପ ରଥଙ୍କ ‘ଶ୍ରାବଣୀ ନଈ’ ଏବଂ ‘ଚହଲା ପାଣିର କଇଁ’ ନାଟକ ପୁସ୍ତକ ଲୋକାର୍ପଣ ଓ କଥୋପକଥନ ଉତ୍ସବ ଆଜି ଅପରାହ୍ନରେ ଷ୍ଟେସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଯୋଗଦେଇ ପୁସ୍ତକଦ୍ୱୟକୁ ଉନ୍ମୋଚନ କରିଥିଲେ। ନାଟକ ଭିତରେ କାବ୍ୟସ୍ୱର କାରୁକାର୍ଯ୍ୟ ମନ୍ତ୍ରମୁଗ୍ଧ କରିଥାଏ। ତେଣୁ ଡ. ରଥଙ୍କ ବଳିଷ୍ଠ ନାଟ୍ୟକାର ସ୍ୱପ୍ନ ସାକାର ହୋଇପାରିଛି ବୋଲି ସେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଡ. ରାଖାଲ ଚନ୍ଦ୍ର ଘଡ଼ାଇ, ଡ. ଭାଗବତ ପ୍ରସାଦ ଦାସ, ଡ. ରମାକାନ୍ତ ନାୟକ ଓ ନାଟ୍ୟ ଗବେଷକ କୈଳାସ ଦାସ ଯୋଗଦେଇ ନିଜନିଜର ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ କବି ସିତାଂଶୁ ଲେଙ୍କା ନାଟକ ଓ କବିତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରାମଚନ୍ଦ୍ର ସାହୁ, ସୁଶାନ୍ତ ଦାସ, ଇଂ. ଶ୍ରୀତମ ସିଂହ, ଶରତ ବାରିକ ଓ ରମେଶ ଚନ୍ଦ୍ର ବେହେରାଙ୍କ ସହ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ନାଟ୍ୟପ୍ରେମୀ ଉପସ୍ଥିତ ଥିଲେ। କବି ଶ୍ରୀଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଇପ୍‌ସିତ ପ୍ରୟାସ ରଥ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ