ହୋମଗାର୍ଡ ପରୀକ୍ଷାରେ ଅନାମିୟତା ଅଭିଯୋଗ: ଏସପିଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଓ୍ବାଇଏନଏସ):ଗଞ୍ଜାମ ପୁଲିସ ଜିଲ୍ଲା ହୋମଗାର୍ଡ ପରୀକ୍ଷାରେ ଅନାମିୟତା ହୋଇଥିବା ନେଇ ଅଭିଯୋଗ ହୋଇଛି l ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ଫର୍ମ ଫିଲପ କରି ପରୀକ୍ଷା ଦେଇଥିବା ପ୍ରାର୍ଥୀ ମାନେ ଫଳାଫଳ ପ୍ରକାଶ ପରେ ଅନାମିୟତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମେରିଟ ଲିଷ୍ଟରୁ ବାଦ ପଡ଼ିଥିବା ପ୍ରାର୍ଥୀ ମାନେ l ବହୁ ଯୋଗ୍ୟ ପ୍ରାର୍ଥୀ ମେରିଟ ଲିଷ୍ଟ ରୁ ବାଦ ପଡିଛନ୍ତି, ପ୍ରାର୍ଥୀ ମାନେ ପୁଲିସ ଷ୍ଟେସନ ଅଧୀନରେ ଫର୍ମ ଫିଲପ କରିଥିଲେ କିନ୍ତୁ ଜିଲ୍ଲା ସ୍ତରରେ ଫଳାଫଳ ପ୍ରକାଶ ପାଇଛି, ମାର୍କ ଲିଷ୍ଟ ନ ଦେଖାଇ ଫଳାଫଳ ଘୋଷଣା କରାଯିବା, ମେରିଟ ଲିଷ୍ଟ ରେ ନାମ ଥିବା ପିଲାଙ୍କ ଗୋଟାଏ ଦିନରେ ଟ୍ରେନିଂ ଓ ତାଲିମ ପ୍ରଦାନ କରାଯିବା, ଜିଲ୍ଲା ସ୍ତରରେ ଚୟନ ବେଳେ ମେରାଇନ ପିଲାଙ୍କୁ ଜିଲ୍ଲା ସ୍ତରରେ ଚୟନ ନ କରାଯିବା, କମ୍ପ୍ୟୁଟର ଟ୍ରେଡ଼ର ପିଲାଙ୍କୁ ସୁଇପର ଟ୍ରେଡ଼ରେ ନିଯୁକ୍ତି ପ୍ରଦାନ କରିବା ପରି ଅଲଗା ଟ୍ରେଡ଼ର ପିଲାଙ୍କୁ ଅଲଗା ଟ୍ରେଡ଼ରେ ନିଯୁକ୍ତି ପ୍ରଦାନ କରା ନଯିବା, ଭାରି ଜାନ ଥିବା ପ୍ରାର୍ଥୀଙ୍କୁ ବାଦ ପକାଇ ହାଲୁକା ଜାନ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା କୁ ସେମାନେ ବିରୋଧ କରିବା ସହିତ ଏହି ଚୟନ ପ୍ରକ୍ରିୟାରେ ଅନାମିୟତା ହୋଇଥିବା ନେଇ ଅଭିଯୋଗ କରିଥିଲେ l ଗଞ୍ଜାମ ଏସପି ଙ୍କ ଅନୁପସ୍ଥିତିରେ ଅତିତିକ୍ତ ଏସପି ଚିନ୍ମୟ କୁମାର ନାୟକ ଙ୍କୁ ଭେଟି ସୁତମା କୁମାରୀ ବେହେରା, ଆଲୋକ କୁମାର ମହାନ୍ତି, ରମେଶ ବେହେରା ପ୍ରମୁଖ ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି l


