ଇଣ୍ଡକ୍ସନ୍‍ ଚୁଲା ମୁହାଁ ଶହ ଶହ ଗ୍ରାହକ

ଆସିକା  (ୱାଇଏନ୍‍ଏସ୍‍) :ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଥିବା ଯୋଗୁଁ ଏବେ ଏଲ୍‍ପିଜି ସଂକଟ ଲାଗି ରହିଛି । ଗୋଟିଏ ଥର ସିଲିଣ୍ଡର ବୁକିଂର ୨୫ ଦିନ ଯାଏଁ ନୁଆଁ ବୁକିଂ ହେବନି। କମର୍ସିଆଲ୍‍ ରନ୍ଧନ ଗ୍ୟାସ ସିଲିଣ୍ଡର ବୁକିଂ ଦୀର୍ଘ ଦିନ ହେଲା ବନ୍ଦ ହୋଇଯାଇଛି । ଜରୁରୀ ସ୍ଥିତିରେ କୌଣସି କାରଣରୁ ଘରୋଇ ରନ୍ଧନ ଗ୍ୟାସ ସରିଗଲେ ଗ୍ରାହକ ସିଲିଣ୍ଡରଟିଏ ପାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଯୌଥ ପରିବାର ଦୈନିକ ଅଧିକ ଗ୍ୟାସ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଯୋଗୁୁଁ ସେହି ବର୍ଗର କେତେକ ପରିବାର ସିଲିଣ୍ଡରଟିଏ ପାଇବା ପାଇଁ ଚିନ୍ତାରେ କାଳାତିପାତ କରୁଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଗ୍ରାହକ ବିଗତ କିଛି ଦିନ ହେଲା ଇଣ୍ଡକ୍ସନ ଚୁଲା କିଣିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଇଣ୍ଡକ୍ସନ ଚୁଲାର ଚାହିଦା ଦିନକୁ ଦିନ ବୃôଦ୍ଧି ପାଇବାରେ ଲାଗିଛି । କେତେକ ବ୍ୟକ୍ତି ଅନ୍‍ଲାଇନ୍‍ ସାଇଟ୍‍ ଗୁଡିକରେ ମଧ୍ୟ ଇଣ୍ଡକ୍ସନ ଚୁଲା ଅର୍ଡର କରୁଥିବା ଦେଖିବାକୁ ମିଳୁଛି । ବିଗତ କିଛି ମାସ ତଳେ ଇଣ୍ଡକ୍ସନ ଚୁଲାର ଚାହିଦା ଏତେଟା ନଥିଲା ବେଳେ ବର୍ତ୍ତମାନ ରନ୍ଧନ ଗ୍ୟାସ ସିଲିଣ୍ଡର ସଂକଟ ଯୋଗୁଁ ଇଣ୍ଡକ୍ସନ ଚୁଲା କିଣିବା ଲାଗି ଗ୍ରାହକଙ୍କ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ବହୁ ବ୍ୟବସାୟୀ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁଲଭ ମୂଲ୍ୟରେ ଉନ୍ନତ ମାନର ବିଭିନ୍ନ ବ୍ରାଣ୍ଡର ଇଣ୍ଡକ୍ସନ ଚୁଲା ବିକ୍ରୀ କରୁଥିବା ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସାରା ଦେଶରେ ଏଲ୍‍ପିଜି ସଙ୍କଟ ଜାରି ରହିଛି । ଗ୍ୟାସ ସଂକଟ ସ୍ଥିତିରେ ଇଣ୍ଡକ୍ସନ ଚୁଲାର ଚାହିଦା ହଠାତ୍‍ ଏତେ ମାତ୍ରାରେ ବଢିଯାଇଛି ଯେ କେତେକ ବ୍ୟବସାୟିକ ପ୍ରତିଷ୍ଠାନରେ ପୂର୍ବରୁୁ ଗଚ୍ଛିତ ଥିବା ଷ୍ଟକ୍‍ ସରିବାକୁ ବସିଲାଣି । ଆସିକା ଅଞ୍ଚଳରେ ରନ୍ଧନ ଗ୍ୟାସ ସିଲିଣ୍ଡର ସଂକଟ ଯୋଗୁଁ ଇଣ୍ଡକ୍ସନ ଚୁଲାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ