ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଚର୍ତୁବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ରାଜଗୋପାଳ ମହାନ୍ତି, ପ୍ରଧାନଆଚାର୍ଯ୍ୟ ବିଭୁତିରଞ୍ଜନ ରାଉତଙ୍କ ତତ୍ୱାବଧାନରେ ଏହି ଉତ୍ସବ ଆୟୋଜନ ହୋଇଥିଲା। ମୁଖ୍ୟଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ସୁନାମଧନ୍ୟ ଚିକିତ୍ସକ ତଥା ସମାଜସେବୀ ଡା. ବିଶ୍ୱପ୍ରକାଶ କାନୁନଗୋ, କେନ୍ଦ୍ରାପଡା ବେସରକାରୀ ବିଦ୍ୟାଳୟ ସଙ୍ଘ ସଭାପତି ନିରଞ୍ଜନ ବେହେରା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ନାୟକ, ଭାଗବତପୁର ପଞ୍ଚାୟତ ସମିତି ସଭ୍ୟ ପ୍ରମିଳା ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ଡ. ମୁରଲୀଧର ରଥ, ସାହିତ୍ୟିକ ମଦନମୋହନ ବେହେରା, ଅଭିଜ୍ଞ ଶିକ୍ଷକ ନାରାୟଣ ସ୍ୱାଇଁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ଅରୁଣରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଦ୍ୱାରା ସାମୁହିକ ନୃତ୍ୟ ପରିବେଷଣ କରାଯିବା ସହ ଏକ ଗୀତିନାଟ୍ୟ ‘ଅଭିଷାପ ନୁହେଁ ଆଶିର୍ବାଦ ପିତୃଭକ୍ତ ଶ୍ରବଣ କୁମାର’ ପରିବେଷଣ କରାଯାଇଥିଲା। ଏହାସହ ବାର୍ଷିକ କ୍ରୀଡାର ପୁରସ୍କାର ବିତରଣ ସହିତ ସରକାରୀ ବୃତ୍ତି ପାଇଥିବା ୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ବହୁ ସଂଖ୍ୟାରେ ଦର୍ଶକ ଓ ଅଭିଭାବକଙ୍କ ସମେତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ।


