ପାୟଲ ମ୍ୟୁଜିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ସ୍ଥିତ ପଞ୍ଚକଳା ଶିକ୍ଷାନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ତଥା ୫ମ ଗ୍ରାମୀଣ ମହୋତ୍ସବ-୨୦୨୬ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। କଳା ଓ କଳାକାରଙ୍କ ମହାମିଳନ ପର୍ବ ସାଂସ୍କୃତିକ ପରିବେଶ ଭିତରେ ପ୍ରଥମ ସନ୍ଧ୍ୟାରେ ଉଦ୍ଘାଟକ ଭାବେ ଯୋଗଦେଇଥିଲେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା। ତାଙ୍କ ବକ୍ତବ୍ୟରେ ପାୟଲ ମ୍ୟୁଜିକ୍ ସ୍କୁଲର ଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଉକ୍ତ ସାଂସ୍କୃତିକ ସନ୍ଧ୍ୟାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୁରୁଶ୍ରୀ ପ୍ରଦୀପ କୁମାର ଦାସ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗୁରୁ ଚପଳା ମିଶ୍ର, ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁଶ୍ରୀ ପ୍ରଶାନ୍ତ କୁମାର ସାମଲ, ଶିକ୍ଷାବିତ ପ୍ରଣବ କୁମାର ଜେନା ଓ ଇନ୍ଦୁପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ସୁନନ୍ଦା ମଲ୍ଲିକ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ଷା ପାଇଁ କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କରାଯାଇଥିଲା।ସେହି ଭଳି ୨ୟ ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଶିଳ୍ପପତି ସୁଧାଂଶୁ ଶେଖର ଦାସ, ଅବସରପ୍ରାପ୍ତ ପ୍ରଫେସର ଚାରୁଚନ୍ଦ୍ର ହାଜରା, ଡ଼ କାଳୀପ୍ରସନ୍ନ ଶତପଥୀ, ନାଟ୍ୟ ଅଭିନେତା ଓ ନାଟ୍ୟ ସଂଗଠକ ଆଲୋକ ରଞ୍ଜନ ବୋଷ, ଅଧ୍ୟାପକ ଅଶୋକ କୁମାର ନାୟକ, ସମାଜସେବୀ ପ୍ରମୋଦ ପତି, ଅବସରପ୍ରାପ୍ତ ସର୍ବୋଚ ଯନ୍ତ୍ରୀ ଇଂ ଶତ୍ରୁଘ୍ନ ଦାସ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ପାଣ୍ଠିରୁ ପାୟଲ ମ୍ୟୁଜିକ୍ ସ୍କୁଲ ପରିସରରେ ସ୍ଥାପିତ ଥଣ୍ଡା ପାନୀୟଜଳ ମେସିନ୍‌କୁ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ପାୟଲ ମ୍ୟୁଜିକ୍ ସ୍କୁଲର ଉତ୍ତରୋତର ଉନ୍ନତିି କାମନା କରିବା ସଙ୍ଗେ ସଙ୍ଗେ ଏହା ଓଡ଼ିଶାର ଏକ ସଂସ୍କୃତିକ ପ୍ରାଣ କେନ୍ଦ୍ର ହେବାକୁ ଯୋଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ କଳା, ସାହିତ୍ୟ, ସଂସ୍କୃୃତି, ସମାଜ ସେବା ଇତ୍ୟାଦି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଆମ ଅଞ୍ଚଳର କବି, ଲେଖକ ପ୍ରଦୀପ ଦାସ ଓ ନାଟ୍ୟ ଅଭିନେତା ଆଲୋକ ରଞ୍ଜନ ବୋଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରତ୍ନାକର ବାରିକ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦଗ୍ଧ ସାହିତ୍ୟ ସ୍ରଷ୍ଟାର ନିର୍ଦ୍ଦେଶକ ଶରତ କୁମାର ଜେନା, ବିଶିଷ୍ଟ ସାମ୍ବାଦିକ ପ୍ରତାପ ଦାସ, ଶିକ୍ଷା ବିଭାଗ ପ୍ରଶାସନିକ ଅଧିକାରୀ ନିଶିକାନ୍ତ ମିଶ୍ର, ନାଟ୍ୟ ସଂଗଠକ ଆଲୋକ ରଞ୍ଜନ ବୋଷ, ସାହିତ୍ୟିକ ପ୍ରଦୀପ ଦାସ, ଓଡିଶୀ କଣ୍ଠଶିଳ୍ପୀ ସ୍ୱାଧୀନବାଳା ନାୟକ ପ୍ରମୁଖ ଯୋଗା ଦେଇଥିଲେ। ଶୈଳଜାଶଙ୍କର ସାମଲ ଓ ଅଭିନେତା କାଳି ପ୍ରସାଦ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ସଭାରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସ୍ଥାୟୀ ସଭାପତି ନୀଳମାଧବ ପତି ଏବଂ ସମସ୍ତ କାର୍ଯ୍ୟକୁ ଆକର୍ଷଣୀୟ ଭାବେ ସମ୍ପାଦନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ। କଳା ଓ କଳାକାରଙ୍କ ମହାମିଳନ ପର୍ବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ପାୟଲ୍ ମ୍ୟୁଜିକ୍ ସ୍କୁଲର ସଙ୍ଗୀତ, ନୃତ୍ୟ, ବାଦ୍ୟ, ଅଭିନୟ ବିଭାଗର ଛାତ୍ରଛାତ୍ରୀ ଓ ଓଡ଼ିଶାର ନାମିଦାମୀ କଳାକାର। ଅନୁଷ୍ଠାନର ଚିତ୍ରକଳା ବିଭାଗ “ରଙ୍ଗ ତରଙ୍ଗ’ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ଅତ୍ୟନ୍ତ ଉଚ୍ଚ କୋଟିର ହୋଇଥିଲା ଏବଂ ଏହା ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ମଞ୍ଚରେ ଅନୁଷ୍ଠାନର ବରିଷ୍ଠ ଛାତ୍ରୀ ସୁଶ୍ରୀ ଲୋପାମୁଦ୍ରା ଜେନା, ସୁଶ୍ରୀ ମିତାଲି ପୃଷ୍ଟି, ସୁଶ୍ରୀ ରାଧାରାଣୀ ଦାଶ ନିଜର ପ୍ରତିଭା ବଳରେ ପାୟଲ ମ୍ୟୁଜିକ୍ ସ୍କୁଲର ସୁନାମ ବୃଦ୍ଧି କରିଥିବାରୁ ସେମାନଙ୍କୁ ଗୌରବଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମସ୍ତ ଗୁରୁମାନଙ୍କୁ ଓ ବାଦ୍ୟଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲେ ସଙ୍ଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା, ଆଧୁନିକ ନୃତ୍ୟ ଗୁରୁ ସୁବାଶିଷ ମିଶ୍ର, ତବଲା ଗୁରୁ ବାଲ୍ମୀକି କୁମାର ଜେନା, ଚିତ୍ରକଳା ଗୁରୁ ବିକାଶ କୁମାର ସାହୁ, ସତ୍ୟବ୍ରତ ଘଡ଼େଇଙକ ସମେତ ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ