ଦୁଇ ବାଇକ ମୁହାମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯/୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦିନ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବାରବେସାଲ ଗ୍ରାମର କେଶବ ସାହୁ ଓ ଗୁରୁତର ମାନେ ହେଲେ ମୁରିବାହାଲ ଅଞ୍ଚଳର ପ୍ରମୋଦ ସାହୁ ଓ କଳମପୁର ଅଞ୍ଚଳର କେଦାରନାଥ ସାହୁ ବୋଲି ଜଣାପଡିଛି।  ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରୁ ଏହି ୩ ଜଣ ବ୍ୟକ୍ତି ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ମୁନିଗୁଡା ଆସିଥିଲେ। ଗତକାଲି ରାତିରେ ଶୋଇବା ପାଇଁ ସମ୍ପର୍କୀୟଙ୍କ ଘର ହାଟମୁନିଗୁଡାକୁ ଯାଇ ଗୁରୁବାର ସକାଳେ ଫେରୁଥିବା ବେଳେ ଲିଟିଗୁଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତଙ୍କୁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ହେଲେ ଗୁରୁତର ଦୁଇ ଜଣଙ୍କ ଅବସ୍ଥା ଅଧିକ ସଂକଟପର୍ଣ୍ଣ ଥିବାରୁ ଦୁଇ ଜଣଙ୍କୁ ବିଷମକଟକ ଖ୍ରୀଷ୍ଟିଆନ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ ଯବତ ଓ ମୃତ ଶରୀର ଯବତ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ