ଆସ ବହିଟିଏ କିଣିବା ଅଭିଯାନ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡିଆ ପକ୍ଷ ।ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିନରେ ରାଜ୍ୟବ୍ୟାପି ” ଆସ ବହିଟିଏ କିଣିବା ଅଭିଯାନ ” ଆୟୋଜିତ ହୋଇଛି ।ଏହି କାର୍ଯ୍ୟକ୍ରମ ଅବସର ରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇଛି ଓଡ଼ିଆ ପକ୍ଷ -୨୦୨୬ ଅନ୍ତର୍ଗତ ” ଆସ ବହିଟିଏ କିଣିବା ଅଭିଯାନ ” । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ଅଶୋକ କୁମାର ବିଶ୍ଵାଳ ଏହି ଅଭିଯାନର ଶୁଭାରମ୍ଭ କରି ଓଡିଆ ପକ୍ଷ ପାଳନ ଅବସର ରେ ରାଜ୍ୟବ୍ୟାପି ଆସ ବହିଟିଏ କିଣିବା ଅଭିଯାନ ଆୟୋଜନ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିବା ସହ ଛାତ୍ରୀମାନଙ୍କୁ ଓଡିଆ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ଓଡ଼ିଆ ବହିଟିଏ କିଣିବା ଏବଂ ସର୍ବତ୍ର ଓଡ଼ିଆ ଭାଷାକୁ ବ୍ୟବହାର ପାଇଁ ଉପଦେଶ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଏନ. ସି. ସି ବିଭାଗ ମେଜର ପୁଷ୍ପଲତା ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି ଅଭିଯାନରେ ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ସୁଲୋଚନା ସାହୁ, ସଂସ୍କୃତ ବିଭାଗ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ ଏବଂ ଓଡିଆ ବିଭାଗ ଅଧ୍ୟାପିକା ସୁନିତା ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ଓଡ଼ିଆ ପକ୍ଷ ପାଳନର ତାତ୍ପର୍ଯ୍ୟତା ବୁଝାଇବା ସହ ସମସ୍ତେ ଓଡ଼ିଆ ବହି କିଣିବା ଏବଂ ଅନ୍ୟମାନଙ୍କୁ ବହିଟିଏ କିଣିବା ପାଇଁ ଉତ୍ସାହିତ କରିବାକୁ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସୁରେଶ ଚନ୍ଦ୍ର କର, ଅର୍ଥନୀତି ଅଧ୍ୟାପକ ଯୋଗେଶ୍ୱର ମୁଣ୍ଡା, ଅଧ୍ୟାପିକା ପୂଜା ବେହେରା, ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଅଧ୍ୟାପକ ସୁକାନ୍ତ କିଶୋର ବଡୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ