ଅବକାରୀ ବିଭାଗର ଚଢାଉ :ଚୋରା ମଦ ଜବତ,୬ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ରୋମିତ ଗ୍ରାମର ସଂଗ୍ରାମ ପ୍ରଧାନ(୨୩)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ, ନରହରିପୁର ଗ୍ରାମର ରଜନୀକାନ୍ତ ଦାସ (ବୟସ-୪୮)ଙ୍କ ଠାରୁ ୩୪ ଲିଟର ଚୋରା ବିଦେଶୀ ମଦ, ପାଟକୁରା ଗ୍ରାମର ରଞ୍ଜନ କୁମାର ପରିଡା (୫୪)ଙ୍କ ଠାରୁ ୨୧ ଲିଟର ଚୋରା ବଦେଶୀ ମଦ, ରାଜନଗର ଗ୍ରାମର ମଙ୍ଗୁଳି ଚରଣ ସ୍ୱାଇଁ (୩୭)ଙ୍କ ଠାରୁ ୨୨ ଲିଟର ଚୋରା ବିଦେଶୀ ମଦ, କୁରନ୍ତି ଗ୍ରାମର ପ୍ରଦୀପ କୁମାର ନରେନ୍ଦ୍ର(୫୬)ଙ୍କ ଠାରୁ ୨୯ ଲିଟର ଚୋରା ବିଦେଶୀ ମଦ ଏବଂ କେଉଟ ଖଣ୍ଡିଆ ଗ୍ରାମର ସନ୍ତୋଷ କୁମାର ସେଠୀଙ୍କ ଠାରୁ ୧୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାକ୍ଷରୁ ସମୁଦାୟ ୧୪୮ ଲିଟର ବିଦେଶୀ ଓ ଦେଶୀ ଚୋରା ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଛାଯାକାନ୍ତ ନାୟକ, ଋତୁପ୍ରଭା ସ୍ୱାଇଁ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ