ଗୋ ସମ୍ମାନ ଆହ୍ୱାନ ଅଭିଯାନ ଓ ସ୍ମାରକପତ୍ର ପ୍ରଦାନ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଗୋ ସମ୍ମାନ ଦିବସ ପାଳନ ଅବସରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋ ସମ୍ମାନ ଅଭିଯାନ ସଂଗଠନର ମୁନିଗୁଡା ପ୍ରଭାରୀ ମନୋଜ ପ୍ରଧାନ ଓ ମୁନିଗୁଡା ଆଦିତ୍ୟ ବାହିନୀର ସମ୍ପାଦକ ସୁଧାକର ପାତ୍ରଙ୍କ ମିଳିତ ସଂଯୋଜନାରେ ମୁନିଗୁଡା ଜଗନ୍ନାଥ ମନ୍ଦିର ପରିସରରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଗୋ ସୁରକ୍ଷା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ମୁନିଗୁଡା ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ତହସିଲଦାର ଏମ.ଅନୁରାଧାଙ୍କ ସହ ଗୋସେବା,ସୁରକ୍ଷା ଓ ସମ୍ମାନ ଉପରେ ଆଲୋଚନା କରିବା ସହ ଏହାର ସୁରକ୍ଷା ନିମନ୍ତେ ହସ୍ତାକ୍ଷର ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରର ଏକକିତା ନକଲ ମାନ୍ୟବର ପ୍ରଧାନମନ୍ତ୍ରୀ,ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଜାଇଥିବା ମୁନିଗୁଡା ଆଦିତ୍ୟ ବାହିନୀର ସଭାପତି ଟଙ୍କଧର ଗାଜିବିଲି ସୂଚନା ଦେଇଥିଲେ। ଉକ୍ତ ସ୍ମାରକପତ୍ର ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବଂଶୀଧର ନନ୍ଦ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ବେହେରା, ସୁବାସ ଗୌଡ଼,ଭୀମ ବେହେରା,ପ୍ରଦୀପ କୁମାର ସାହୁ,ବିଜୟ କୁମାର ପଣ୍ଡା,ସରୋଜ କୁମାର ପଟ୍ଟନାୟକ, କେ.ପରମେଶ୍ୱର ରାଓ,ରାଜ କୁମାର ମେହେର,ଧୀରେନ୍ଦ୍ର ପାଣିଗ୍ରାହୀ, ନରେଶ ଶର୍ମା, ପ୍ରଦୀପ ପଣ୍ଡା,ବିଭୁ ପ୍ରସାଦ ନାହାକ, ଆନନ୍ଦ ପଣ୍ଡୁ, ଦେବୀ ପ୍ରସାଦ ମହାଙ୍କୁଡ,ରାମଚନ୍ଦ୍ର ଗୌଡ଼, ରାଧା ଚରଣ ଗୌଡ଼,ଜଗା ଶବର,ଭୀମ ବେହେରା, ନରୋତ୍ତମ ପାଢ଼ୀ,ରୁଦ୍ରଜୀତ ନାୟକ, ଗରିବ ଗରଡ଼ିଆ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଗୋ ସେବକ ମାନେ ଉପସ୍ଥିତ ରହିବା ସହ ଗୋ ସମ୍ମାନ ଆହ୍ଵାନ ଓ ଅଭିଯାନ ନୂତନ ଆଇନ ପ୍ରଣୟନ ଓ ଗୋ ଚାଲାଣ,ଗୋ ହାତ୍ୟ ବନ୍ଦ ଏହାର ମୂଳ ଲକ୍ଷ ଏବଂ ଗୋମାତା ହେଉଛନ୍ତି ଭାରତ ଉପମହାଦେଶର ପ୍ରମୁଖ ଈଶ୍ୱର ଦତ୍ତ ସମ୍ପଦ।ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହେଉ ଅବା ଆଧୁନିକ ବୈଜ୍ଞାନିକ ଦୃଷ୍ଟିରୁ ଗୋମାତା ଆମ ସମାଜର ପ୍ରମୁଖ ଅଙ୍ଗ।ଏବେ ସଂସ୍କୃତିର ଅବକ୍ଷୟ ଫଳରେ ଆମ ରାଜ୍ୟରେ ଗୋ ସମ୍ପଦ ସମ୍ପୂର୍ଣ୍ଣ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ମାତାର ମାନ୍ୟତା ଆମ ସଭ୍ୟତା ଦେଇଛି ତାକୁ ଆମ ସମାଜ ଅବହେଳା ଓ ମୃତ୍ୟୁର ଗହ୍ୱରକୁ ଠେଲି ଦେଉଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ। ଏଣୁ ଏହାର ସୁରକ୍ଷା ପାଇଁ ସରକାରୀ ସହଯୋଗ,ସଚେତନତା ଓ ସାଧାରଣରେ ଆଗ୍ରହ ନିହାତି ଆବଶ୍ୟକ ବୋଲି ସେ କହିବା ସହ ତହସିଲଦାର ମହୋଦୟାଙ୍କୁ ପ୍ରାର୍ଥୀ ହସ୍ତାକ୍ଷର ପତ୍ର ପ୍ରଦାନ କରିଥିଲେ।


