ବୀର ବିର୍ସା ଯୁବକ ସଙ୍ଘର ଜଙ୍ଗଲ ସୁରକ୍ଷା ବୈଠକ
ବଡସାହି, (ନିରଞ୍ଜନ ମହାନ୍ତ):ବଡସାହି ବ୍ଲକ ଅନ୍ତର୍ଗତ ଯଦୁନାଥ ପୁର ପଂଚାୟତ ହାତୀକୋଟ ଗ୍ରାମରେ ବୀର ବିର୍ସା ଯୁବକ ସଂଘର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ମା କଣ୍ଠା ହୁଳି ଜଙ୍ଗଲ ର ସୁରକ୍ଷା ଜୀବ ଜନ୍ତୁ ସୁରକ୍ଷା ଏବଂ ଜଳ ସୁରକ୍ଷା ଆଦି ବିଷୟ ଆଲୋଚନାର ବିଷୟ ବସ୍ତୁ ରହିଥିଲା। ସଂଘର ନିୟମ ଅନୁସାରେ ଯେଉଁ ଲୋକ ଗଛ କାଟିବ ଗଛ ପ୍ରତି ଦୁଇ ହଜାର ଲେଖାଏଁ ଜୋରିମାନା ଦେବ ଏବଂ ପୁନଃ ବଣିକରଣ କରାଯାଇ ପ୍ରତିଦିନ ଚାରୀ ଜଣ ଲେଖାଏଁ ବଣ ଜଗିବା ଡିଉଟି କରିବେ। ଏହାକୁ ତୁରନ୍ତ ଲାଗୁ କରିବାକୁ ସର୍ବ ସମ୍ମତ ହୋଇଥିଲା। ବିରବିର୍ଶା ଯୁବକସଂଘର କୋଷାଧକ୍ଷ ମହେଶ୍ୱର ସିଂ ସମ୍ପାଦକ ସାଗରଚନ୍ଦ୍ର ସିଂ ସହ ସମ୍ପାଦକ ନିରଞ୍ଜନ ସିଂ ସାନ କେରକୋ ଫରେଷ୍ଟର ହିମାଂଶୁ ମହାନ୍ତ ଯାଦୁନାଥ ପୁର ସରପଞ୍ଚ ରୁବି ସିଂ ହାତୀକୋଟ ଗ୍ରାମର ନଅ ନମ୍ବର ୱାର୍ଡ ମେମ୍ବର ଗୌରୀସିଂ ହିଟିଂଗ ସିଂ ବୁଦ୍ଧିଆ ସିଂ ରାମଚନ୍ଦ୍ର ସିଂ ଚକ୍ରଧର ସିଂ ସମା ସିଂ ମୁଣ୍ଢା ସିଂ ହାଡିବନ୍ଧୁ ସିଂ ଲୋକନାଥ ସିଂ ତଥା ବହୁ ଗ୍ରାମ ବାସୀ ଏହି ବୈଠକରେ ଉପସ୍ଥିତ ଥିଲେ।


