ଜଳ ଛତ୍ର ଉଦଘାଟିତ
ଛତ୍ରପୁର,(ଓ୍ବାଇଏନଏସ) : ଗ୍ରୀଷ୍ମ ପ୍ରଭାହ କୁ ଆଖି ଆଗରେ ରଖି ଚମାଖଣ୍ଡି ଥାନା ତରଫରୁ ଜାତୀୟ ରାଜପଥ ନିକଟରେ ଏକ ଜଳଛତ୍ର ଖୋଲା ଯାଇଛି | ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଆଜି ଏହି ଜଳଛତ୍ର କୁ ଉଦଘାଟନ କରିଥିବା ବେଳେ | ରାସ୍ତାରେ ଯାଉଥିବା ସମସ୍ତ ଡ୍ରାଇଭର, ବାଟୋଇ ଏଠାରେ ଥଣ୍ଡା ପାନୀୟ ଜଳ ସେବନ କରି ନିଜର ତୃଷ୍ଠା ମେଣ୍ଟାଈ ପାରିବେ ବୋଲି କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ | ଆଗାମୀ ଦିନରେ ଥାନା ତରଫରୁ ବିଭିନ୍ନ ଛକରେ ଜଳଛତ୍ର ଖୋଲାଯିବ ବୋଲି ସୂଚନା ମିଳିଛି |


