ପଞ୍ଚାୟତସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଆଇନ ସଚେତନତା କମିଟି, ହିଞ୍ଜିଳିକାଟୁ ପକ୍ଷରୁ ବୁଧବାର ସ୍ଥାନୀୟ ବ୍ଳକ ବଡଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଆଇନ ସଚେତନତା ଓ ଯୌନ ନିର୍ଯାତନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନ ସଚେତନତା କମିଟି ଅଧ୍ୟକ୍ଷ ତଥା ସବଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡଖଣ୍ଡି ସରପଞ୍ଚ ଝୁନୁ ନାଇକ, ସମିତିସଭ୍ୟା କେ. ନର୍ମଦା, ବିଡ଼ିଓ ସାଗରୀକା ଷଡ଼ଙ୍ଗୀ, ହିଞ୍ଜିଳି ଥାନା ଏସଆଇ ଧରିତ୍ରୀ ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ଡି. ଅଶୋକ, ଆଇନଜୀବୀ ଦ୍ବିତୀକୃଷ୍ଣ ସାବତ, ଶରତ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ପ୍ରତି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ମହିଳା, ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା, ନିର୍ଯାତନା ଓ ବାଲ୍ୟ ବିବାହ କ୍ଷେତ୍ରରେ ସହାୟତା ପାଇଁ ଓଡ଼ିଶା ସରକାରଙ୍କ ମହିଳା କମିଶନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଦ୍ବାରା ଘରୋଇ ହିଂସା ଓ ନିର୍ଯାତିତାର ଶିକାର ହେଉଥିବା ମହିଳାଙ୍କ ପାଇଁ ଉପଲବ୍ଧ ଆଇନ ବ୍ୟବସ୍ଥା ,ସହାୟତା,ଲିଙ୍ଗ ଭିତ୍ତିକ ହିଂସାରେ ମହିଳାଙ୍କ ନିରାପତ୍ତା,ସୁରକ୍ଷା ଓ ସେମାନଙ୍କ ଅଧିକାର ପାଇଁ ସରକାରଙ୍କ ଦ୍ଵାରା ଉଦ୍ଧିଷ୍ଟ ବିବିଧ ଆଇନ ବ୍ୟବସ୍ଥା , ଏହାର ଉପଯୋଗିତା , ନିଃଶୁଳ୍କ ନମ୍ୱର ସୁବିଧା ଉପଲବ୍ଧ ନେଇ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିଥିଲେ। ବାଲ୍ୟ ବିବାହ ନିଷେଧ ଆଇନ,ଯୌତୁକ ନିଷେଧ ଆଇନ,କର୍ମ କ୍ଷେତ୍ରରେ ନିୟୋଜିତ ଥିବା ମହିଳାଙ୍କୁ ଯୌନ ଉତ୍ପୀଡନ ଆଇନ,ଗୁଣି ଗାରେଡ଼ି ଭଳି କୁସଂସ୍କାର ଓ ନାବାଳିକା ଯୌନ ଉତ୍ପୀଡନ ଓ ମହିଳା ଚାଲାଣ କ୍ଷେତ୍ରରେ ଉଦ୍ଧିଷ୍ଟ ଥିବା ଆଇନ ପ୍ରସଙ୍ଗରେ ସମ୍ବଳ ପ୍ରଶିକ୍ଷକ ଦ୍ବୟ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ। ଏହା ଦ୍ବାରା ମହିଳା ମାନେ ନିଜକୁ ସଶକ୍ତ ଓ ସଚେତନତା ହୋଇ ଘରୋଇ ହିଂସା, ନିର୍ଯାତନା ଓ ଠକାମୀରୁ ବର୍ତ୍ତିବା ସହ ସୁରକ୍ଷିତ ଜୀବନ ଅତିବାହିତ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ବଡଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ