କଲ୍ୟାଣସିଂହପୁର ଲ୍ୟାମ୍ପରେ କୋଟିରୁ ଅଧିକ ଟଙ୍କାର ଘୋଟଲା !
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାଜ୍ୟରେ ଦିନକୁ ଦିନ ସମବାୟ ସଂସ୍ଥାରେ ଅର୍ଥର ଘୋଟଲା ହେଉଥିବା ନଜୀର ରହିଛି। ଗତ କିଛିଦିନ ପୂର୍ବେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମାଲକାନଗିରି ଠାରେ ଅର୍ଥ ହେରେଫେରେ ହୋଇଥିବା ଘଟଣା ଚର୍ଚା ରହିଥିବା ବେଳେ ଲ୍ୟାମ୍ପ ପ୍ରତି ଚାଷୀଙ୍କ ବିଶ୍ୱାସ ଧୀରେ ଧୀରେ ତୁଟିବାରେ ଲାଗିଛି। ସେହିଭଳି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କଲ୍ୟାଣସିଂହପୁର ଲ୍ୟାମ୍ପରେ ମଧ୍ୟ କୋଟିରୁ ଅଧିକାର ଟଙ୍କା ଘୋଟଲା ଖୁଦ ଲ୍ୟାମ୍ପ ଏମଡି ତାରିଣୀପ୍ରସାଦ ତ୍ରିପାଠୀ ଘୋଟଲା କରିଥିବା ଘଟଣା ପଦାକୁ ଆସିଛି। ଗତ ୧୩. ୪.୨6 ଜିଲ୍ଲା ସ୍ତରୀୟ ଜନ ଶୁଣାଣିରେ ଚାଷୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ।ପରେ ଏଆରସିଏସ ଜନ୍ମଜୟ ମହାପାତ୍ର ଲ୍ୟାମ୍ପକୁ ଆସି ତଦନ୍ତ ଆରମ୍ଭ କରିଥିଲେ। ଉକ୍ତଦିନ ଖଟାପତ୍ର ଯାଞ୍ଚ କରିବା ପରେ ନିଜର ଦରମା ବିନା ରେଜୁଲେସନରେ ଛଅ ହଜାର ଟଙ୍କା ବଡ଼ିବା ଦେଖିବାକୁ ପାଇଥିଲେ। ପରେ ଦୁର୍ନୀତିର ପେଡି ଧୀରେ ଧୀରେ ଖୋଲିବାରେ ଲାଗିଲା। ଦୁର୍ନୀତିର ଚେର ଲମ୍ବିଥିବା ଜାଣି ପରିଚାଳନା କମିଟିର ସଭାପତି, ଉପ ସଭାପତି ଓ ସଦସ୍ୟ ମାନଙ୍କୁ ଏଆରସିଏସ ଶ୍ରୀ ମହାପାତ୍ର ଚିଠି କରି ଲ୍ୟାମ୍ପକୁ ଡ଼କାଇଥିଲେ। ସମସ୍ତ ସଭ୍ୟ ଆସିବାପରେ ଟଙ୍କା କରବାର ହୋଇଥିବାର ପ୍ରମାଣ ପତ୍ର ଲ୍ୟାମ୍ପ ଏମ ଡି ତାରିଣୀପ୍ରସାଦ ତ୍ରିପାଠୀଙ୍କୁ ମାଗିବାରୁ କୌଣସି ପ୍ରମାଣ ଏଯାଏ ଦେଖାଇ ପାରିନଥିବାରୁ ସନ୍ଧେହରେ ପୁଣି ବ୍ୟାଙ୍କ ଜମା ବହି ଓ ଦୈନଦିନ ଖାତା ଯାଞ୍ଚ ଆରମ୍ଭ କରିଥିଲେ। ଉକ୍ତ ଖାତାରେ ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଠିଯିବା ଦୈନିକ ଖାତାରେ ଲେଖା ନହେବା ଘଟଣା ତଦନ୍ତକୁ ଆହୁରି ବାଟ ଦେଖାଇଲା। ପୁଣି ଖାତା ଯାଞ୍ଚ ସମୟରେ ଜୈନିକ ଖାତା ଜରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଛି ପୁଣି ଉଠାଣ ହେଉଛି ଯାହାକି ଖାତାଦାର ସେତିକି ଟଙ୍କା ପୂର୍ବରୁ କେବେ ଜମା ହୋଇନଥିବା ବେଳେ ବର୍ତମାନ କେମିତି ଜମା ଓ ଉଠାଣ ହେଉଛି ଘୋଟଲାର ପେଡି ଧୀରେ ଧୀରେ ଖୋଲୁଥିବା ସମସ୍ତ ଲ୍ୟାମ୍ପ ସଭ୍ୟ ଓ ଏଆରସିଏସ ଜାଣିବାକୁ ପାଇଥିଲେ। ସେହିଭଳି ପୂର୍ବରୁ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚୁୟିଟି ଇପିଏଫ ଓ ସମସ୍ତ ଟଙ୍କା ଦୁଇ ଦୁଇ ଥର ଲକ୍ଷଲକ୍ଷ ଟଙ୍କା ପ୍ରଦାନ କରିବା ଘଟଣା ଏମଡି ତ୍ରିପାଠୀ ଙ୍କ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି। ପୁଣି ଆଜି ଏଆରସିଏସ ଜନ୍ମଜୟ ମହାପାତ୍ର ଲ୍ୟାମ୍ପକୁ ଆସି ତଦନ୍ତ ଆରମ୍ଭ କରି ଥିଲେ ଘୋଟଲା ହୋଇଥିବା ସ୍ୱକାର କରିବା ଶହ ସମ୍ପୂର୍ଣ ତଥ୍ୟ ଵର୍ତମାନ ପ୍ରଦାନ କରିହେବ ନାହିଁ ବୋଲି ଆମ ପ୍ରତିନିଧିଙ୍କୁ କହିଥିଲେ। ଲ୍ୟାମ୍ପରେ ସାର, ଋଣ, ଏସେଚଜି, ଚାଷୀଙ୍କ ଜମା ଖାତା ଲନିଙ୍କ ଖାତା ତଦନ୍ତ ଚାଲୁଛି ଆହୁରି ଅନେକ ଖାତା ଯାଞ୍ଚ ହେବାର ଅଛି ବୋଲି ମହାପାତ୍ର ପ୍ରକାଶ କରିଛନ୍ତି।


