ପଞ୍ଚସଖା ଶିକ୍ଷାସେତୁ କାର୍ଯ୍ୟକ୍ରମ

କୋଣାର୍କ (ଓ୍ବାଇଏନଏସ): ପୁରୀ ଜିଲ୍ଲା ଶିକ୍ଷଧିକାରୀ ଙ୍କ ନିର୍ଦ୍ଦେଶ ମତେ ଶନିବାର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପଞ୍ଚସଖା ଶିକ୍ଷା ସେତୁ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ କୋଣାର୍କ ନିକଟସ୍ଥ ନୂଆଗାଁ ଆର୍ତ୍ତତ୍ରାଣ କର୍ତିକେଶ୍ଵର ବିଦ୍ୟାପୀଠ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ନୂଆଗାଁ ହରଚଣ୍ଡି ଠାକୁରାଣୀ ଙ୍କ ପୀଠରେ ସଭାପତି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ , ଗ୍ରାମବାସୀ , ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ପଞ୍ଚସଖା ଶିକ୍ଷାସେତୁ ସମ୍ପର୍କରେ ବିଶଦ ଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିମିଳି ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍ ସ୍ୱାଇଁ , ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଲେଙ୍କା , ବରିଷ୍ଠ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ , ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର , ଭୈରବ କ୍ଲଷ୍ଟରର ସିଆରସିସି ରବିନ୍ଦ୍ର ନାଥ ବାହିନୀପତି , ସୁକାନ୍ତ କୁମାର ଲେଙ୍କା , ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ , ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷକ ମାନସ କୁମାର ମୁଦୁଲି , ଦିଲୀପ କୁମାର ନାୟକ , ନିହାରିକ ମହାନ୍ତି , ଆଭାସ ମୁଦୁଲି , ଅଭୟ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ