କନକ ଦୁର୍ଗା ବିଦ୍ୟାପୀଠର ବନ୍ଧୁ ମିଳନ

ବରି,(ଚୈତନ୍ୟ ଜେନା) : ବରୀ ଶିକ୍ଷା ମଣ୍ଡଳୀ ଅଧିନ ବାଲିବିଲ ପଞ୍ଚାୟତର କନକ ଦୁର୍ଗା ବିଦ୍ୟାପୀଠର ୨୦୦୧ ମାଟ୍ରିକ ବ୍ୟାଚର ୨୫ ତମ ବା ରୌପ୍ୟ ଜୟନ୍ତି ବନ୍ଧୁମିଳନ ଉତ୍ସବ ମହାସମାରେlହରେ ପାଳିତ ହେlଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦଳାଇ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେଶ ସାମଲ, ବୈଷ୍ଣବ ପତି, ମାଧବାନନ୍ଦ ସାହୁ, ବନ ବିହାରି ମହାନ୍ତି, ପ୍ରହଲ୍ଲାଦ ନାୟକ, ସୂର୍ଯ୍ୟମଣି ମିଶ୍ର, ପ୍ରମୋଦ ନାଥ, ମନୋଜ କୁମାର ଦାସ, ଅମିୟ କୁମାର ସାମଲ, ବୃନ୍ଦାବନ ପରିଡ଼ା ପ୍ରମୁଖ ଉପସ୍ଥିତରହି ପୁରାତନ ଛାତ୍ର, ଛାତ୍ରୀଙ୍କ ସହିତ ୨୫ ବର୍ଷର ସ୍ମୃତିକୁ ମନେ ପକାଇବା ସହିତ ସମସ୍ତଙ୍କର ଉତ୍ତରୋତର କାମନା କରିବା ସହିତ ନିଜ ନିଜର ଉତ୍ତର ପିଢିଙ୍କୁ ଜଣେ ଜଣେ ଉତ୍ତମ ନାଗରିକ କରି ଗଢି ତୋଳିବା ପାଇଁ ପ୍ରବର୍ତ୍ତାବା ସହ ଗୁରୁଙ୍କୁ ଭକ୍ତି କରିବା ଜଣେ ଉତ୍ତମ ଛାତ୍ରର କର୍ତ୍ତବ୍ୟ ସତ୍ୟ କିନ୍ତୁ ପିତା ମାତା ହେଉଛନ୍ତି ପ୍ରଥମ ଗୁରୁ ତେଣୁ ପିତା ମାତାଙ୍କ ସେବା କରିବା ପ୍ରଥମ ଧର୍ମ ବୋଲି କହିଥିଲେ। ଏହି ଅବସରେରେ ଗୁରୁପୂଜନ ଅନୁଷ୍ଠିତ ହେଇଥିଲା। ଏହି ବ୍ୟାଚର ଛାତ୍ର/ଛାତ୍ରୀମାନେ ନିଜର ସ୍ମୃତି ଯେଉଁ ବିଦ୍ୟାଳୟ ଦିନେ ପାଠ ପଢିଥିଲେ ସେହି କଥା ମନେ ପକାଇବା ସହିତ ନାଚ ଗୀତ ମାଧ୍ୟରେ ଉପଭୋଗ କରିଥଲେ। କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ପଦାରବିନ୍ଦ ସାମଲ, ରଜତ ଶତପଥୀ, ମାନସ ପତି, ଅଖିଳ ସାମଲ, ଧନଞ୍ଜୟ ସାମଲ, ସୁଧାଂଶୁ ପଣ୍ଡା, ଶକ୍ତି କଲ୍ୟାଣ ନାଥ, ରଶ୍ମି ରଂଜନ ନାଥ, ଗୋପବନ୍ଧୁ ଦାସ, ଶ୍ରୀକାନ୍ତ ମଲିକ, ରାଜଶ୍ରୀ ସାମଲ, ସୁଭସ୍ମିତା ସାମଲ, ସ୍ନିଗ୍ଧା ରାଣୀ ସାମଲ, ଅମ୍ରିତା ସାମଲ, ସ୍ୱାଗତିକା ସାମଲ ସବିତା ପଡ଼ିହାରି, ସ୍ଵର୍ଣ୍ଣ ଲତା ଦାଶଙ୍କ ସମେତ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ