ବିଶ୍ୱ ମାତୃ ଦିବସ
ହାଟଡିହି (ଓ୍ବାଇଏନଏସ): ବିଶ୍ଵ ମାତୃତ୍ବ ଦିବସ ଅବସରରେ ହାଟଡିହି ବ୍ଲକର ଆଦିବାସୀ ବହୁଳ କେ.ବାଲିପାଳ ଗ୍ରାମପଞ୍ଚାୟତର କେ.ବାଲିପାଳ ଗ୍ରାମରେ ମାତୃ ସେବା ସଙ୍ଘ ଓ କେ.ବାଲିପାଳ ଯୁବଗୋଷ୍ଠୀଙ୍କ ମିଳିତ ସହଯୋଗରେ ବିଶ୍ୱ ମାତୃତ୍ବ ଦିବସ ଉତ୍ସବ ପାଳନ କରାଯାଇଛି। ମାତୃସେବା ସଙ୍ଘ ଓ କେ.ବାଲିପାଳ ଯୁବଗୋଷ୍ଠୀ ର ସଭାପତି ସୁନାରାମ ପୂର୍ତ୍ତି ଓ ସମ୍ପାଦକ ଜୁରେ ପୂର୍ତ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇଥିଲେ। ଦୁନିଆର ସବୁଠାରୁ ଶ୍ରେଷ୍ଟ ପୂଜା ମାତୃପୂଜା ଓ ସବୁଠାରୁ ଶ୍ରେଷ୍ଟ ଧର୍ମ ମାନବ ଧର୍ମ, ତେଣୁ ଜଣେ ମଣିଷ ଅନ୍ୟଜଣେ ମଣିଷର ମନକଥାକୁ ବୁଝି ପାରି ଅନ୍ୟର ଦୁଃଖରେ ଦୁଃଖିତ ହେବା ହେବାହିଁ ପ୍ରକୃଷ୍ଟ ମଣିଷର କର୍ତ୍ତବ୍ୟ ବୋଲି ସଭାପତି ମତ ରଖିଥିଲେ । ମା ଓ ଶିଶୁ ପବିତ୍ର ସମ୍ପର୍କକୁ ଜୀବିତ କରିବାକୁ ହେଲେ ଜୀବନ୍ତ ଠାକୁର ମାତୃ ଦେବଙ୍କୁ ପୂଜା କରିବାକୁ ହେବ ବୋଲି ଉସମ୍ପାଦକ ବୁଝାଇଥିଲେ। ଏହି ଅବସରରେ ଗ୍ରାମର ୪୦ ଜଣ ମା”ଙ୍କୁ ନୂତନ ବସ୍ତ୍ର ଓ ଫୁଲ ମାଳା ଧୂପ ଦୀପ ରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୁଦ୍ଧିରାମ ପୂର୍ତ୍ତି, ରାଉତ ହୋ, ଚୈତନ ମହାକୁଡ଼ , ଦୁର୍ଗା ମହାକୁଡ଼,ମୁଚିରାମ ମହାକୁଡ଼, ଲକ୍ଷ୍ମୀ ମାଝୀ,ସାଉଁରୀ ପୂର୍ତ୍ତି,ମାନି ପୂର୍ତ୍ତି,ପାଲ ହୋ,ପାଲ ଗୋଇପାଇ,ସାନ ପାଲ ହୋ , କାହାରି ପୂର୍ତ୍ତି, ସାମୁ ପୂର୍ତ୍ତି, ବରଜୁ ହେମ୍ବ୍ରମ,ଜାଉଣୀ ମହାକୁଡ଼, ଶ୍ୟାମସୁନ୍ଦର ପୂର୍ତ୍ତି, ଶିବନାରାୟଣ ପୂର୍ତ୍ତି, ମେଚ ହେମ୍ବ୍ରମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


