ପ୍ରକୃତିପ୍ରେମରେ ପରିବେଷ ଯୋଦ୍ଧା ବିଶ୍ବରଞନ
ହାଟଡିହି (ଓ୍ବାଇଏନଏସ) ପ୍ରକୃତି ଜୀବନର ଏକ ଅବିଭାଜ୍ୟ ଅଂଶ । ଏହା ଆମକୁ ଶାନ୍ତି, ସୁସ୍ଥତା ଓ ଆନନ୍ଦ ଦେଇଥାଏ ।ଏହାକୁ ପାଥେୟ କରି ପିଲାଟି ଦିନରୁ ପ୍ରକୃତି କୁ ଭଲ ପାଇବା ଓ ସମର୍ପିତ ତାଙ୍କୁ କେବଳ ଗଛ ଲଗାଇବାରେ ସୀମିତ ରଖୁନଥୁଲା ବରଂ ସମାଜକୁ ସଚେତନ କରିବାରେ ଅଗ୍ରସର କରାଇଛି । କେତେକ ଲୋକ ନିଜ ବୃଭିରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସମାଜ ପାଇଁ କିଛି କରିବାରେ ରୁଚି ରଖନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢିଆରିପଲ୍ଲୀ ଗ୍ରାମପଞ୍ଚାୟତ କୁରାଢିଘସା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବିଶ୍ଵରଞନ ବେହେରା। ବୃତ୍ତିରେ ଶିକ୍ଷକ ଥିଲେ ମଧ୍ୟ ପ୍ରବୃତିରେ ପରିବେଶ ସୁରକ୍ଷା ଓ ସମାଜ ସେବାକୁ ନିଜ ବ୍ରତ ଭାବେ ବାଛି ନେଇଛନ୍ତି। ବିଦ୍ୟାଳୟରେ ପାଠପଢା ପରେ ବିଦ୍ୟାଳୟ ପରିସର ଓ ବାହାର ରାସ୍ତା କଡରେ ବିଭିନ୍ନ ଫୁଲ,ଫଳ ଗଛ ଲଗାଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ପରିବେଶ ସୁରକ୍ଷର ବାର୍ତ୍ତା ବାଣ୍ଟିଥାନ୍ତି। ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନର ପାଠଶାଳା । ତେଣୁ ଏଠାରୁ ପରିବେଶ ସଚେତନତାର ଶିକ୍ଷା ଦିଆଯିବା ଦରକାର । ଛାତ୍ର ଛାତ୍ରୀ, ମା’ ମାନେ ହେଉଛନ୍ତି ଅନୁକରଣ ପ୍ରିୟ, ତେଣୁ ଆମେ ଯାହା କରି ଦେଖାଇବା ସେମାନେ ତାହା ଦେଖି କରିବେ । ପାରମ୍ପରିକ ଶିକ୍ଷଣ ପଦ୍ଧତି ମାଧ୍ଯମରେ ପରିବେଶକୁ ସମୃଦ୍ଧ କରିବାର ସମୟ ଆସିଛି । ବିଦ୍ୟାଳୟରେ ବର୍ଣମାଳା ଉଦ୍ୟାନ ଆରମ୍ଭ କରି ଅ-ରେ ଅର୍ଜୁନ, ଅଶୋକ, ଅମୃତ ମୃତଭଣ୍ଡା ଆ -ରେ ଆମ୍ବ, ଆତ,ଆକାଶି ଏହି ଭଳି ପ୍ରାଥମିକ ସ୍ତରରେ ପିଲା ମାନେ ବର୍ଣ୍ଣମାଳା ସହିତ ବିଭିନ୍ନ ବୃକ୍ଷ ଓ ଔଷଧୀୟ ଗୁଣ ଓ ଉପକାରିତା ଜାଣିବା ସହିତ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ଓ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ନକରି କପଡା ବ୍ୟାଗ ବ୍ୟବହାର କରିବା, ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ “ ପ୍ରୋଜେକ୍ଟ ୱାର୍କ” ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ ବାଧ୍ୟତାମୂଳକ କାର୍ଯ୍ୟକାରି କରାଗଲେ ପିଲା ଦିନରୁ ପରିବେଶ ପ୍ରତି ଦ୍ୱାୟିତ୍ଵ ଓ ସଚେତନତା ବୃଦ୍ଧି ପାଇବ ବୋଲି ଶ୍ରୀ ବେହେରା କହିଛନ୍ତି । ଜଳବାୟୁ ପରିବର୍ତ୍ତନ, ପୃଥ୍ବୀବି ଉତ୍ତପ୍ତି କରଣ ପାଇଁ ପରିବେଶ ଏମିତି ବିଗିଡି ଯାଇଛି ଯେ ଅସମୟରେ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଖାଦ୍ୟ ସଂଙ୍କଟ ମରୁଡି, ସ୍ୱାସ୍ଥ୍ୟ ସମସ୍ୟା ବିଭିନ୍ନ ରୋଗ ବ୍ୟାପିବା ସହିତ ଚାଷୀ କୂଳ କ୍ଷତି ଗ୍ରନ୍ଥ ହେଉଛି । ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ “ ଗ୍ରିନ ଓଡିଶା” ନାମକ ସମାଜିକ ସଂଗଠନ ପ୍ରତିଷ୍ଠା କରି ସରକାରଙ୍କ ଠାରୁ ପଞ୍ଜିକୃତ କରି ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଆୟୋଜିତ ବନମହୋତ୍ସବରେ ଜଡିତ ରହି ବ୍ୟାପକ ଚାରା ବଣ୍ଟନ ଔଷଧୀୟ ଓ ବିଭିନ୍ନ ଫଳ ବୃକ୍ଷ ରୋପଣ, ଜୈବ ବିବିଧତା, ବନ୍ୟଜନ୍ତୁ, ପଶୁ, ପକ୍ଷୀଙ୍କ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପିଲାବେଳୁ ପରିବେଶ ସୁରକ୍ଷା ବିଷୟରେ ଶିକ୍ଷା ଦିଆଗଲେ ସେମାନେ ଆଗାମି ଦିନରେ ପୃଥିବୀକୁ ଏକ ବଡ ବିପଦରୁ ରକ୍ଷା କରିପାରିବେ । ହାଟଡିହି ବ୍ଲକରେ ଥିବା ହଦଗଡ ବନ୍ୟପ୍ରାଣୀ ହସ୍ତୀ ଅଭୟାରଣ୍ୟ ମଧ୍ଯରେ ନିଜେ ପାଲା ଦଳଙ୍କୁ ଧରି ବନ କର୍ମଚାରୀଙ୍କ ସହିତ ବନାଗ୍ନି ନିରାକରଣ ବନ୍ୟପ୍ରାଣୀ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ଓ ଜଙ୍ଗଲର ଉପକାରିତା ବିଷୟରେ ବିଭିନ୍ନ ଗ୍ରାମ ପରିକ୍ରମା କରି ସଚେତନ କରୁଛନ୍ତି । ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗ୍ରୀନ ଓଡିଶା ୨୦୧୩ ମସିହାରେ ରାଜ୍ୟ ସରକାର ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସରେ “ପ୍ରକୃତି ମିତ୍ର” ପୁରସ୍କାରରେ ସମ୍ମାନିତ କରିଛନ୍ତି । ନିଜ ଗ୍ରାମରେ ଶହ ଶହ ଗଛ ଲଗାଇବା ଓ ତାର ସେବା ଯତ୍ନ ନେବା ସହ ବିଭିନ୍ନ ଗ୍ରାମରେ ଗଛ ଲଗାଇବା ବ୍ୟବସ୍ଥା କରି ସବୁଜ ବଳୟ ସୃଷ୍ଟି କରିବାରେ ତାଙ୍କ ଭୂମିକା ରହିଛି। କରୋନା ମହାମାରୀ ୨୦୨୦-୨୧ ମସିହାରେ ସରକାରଙ୍କୁ ଆଗୁଆ ସୂଚନା ଦେଇ ବ୍ୟାପକ ବୃକ୍ଷ ରୋପଣ କରି ଲୋକ ମାନଙ୍କୁ କାମ ଯୋଗାଇ ସହାୟକ ହୋଇଛନ୍ତି । ଗ୍ରୀଷ୍ମ ଋତୁରେ ପଶୁ ପକ୍ଷୀ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଉଜୁଡା ଜଙ୍ଗଲ ସୁରକ୍ଷା, ନଣ୍ଡା ପାହାଡ ବୃକ୍ଷ ରୋପଣ, ବନ ବିଭାଗ ଦ୍ବାରା ସାମାଜିକ ବନୀକରଣ କ୍ଷେତ୍ରରେ ସକ୍ରିୟ ସହଯୋଗ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ୨୦୧୯ ମସିହାରେ ତାଙ୍କୁ “ ପ୍ରକୃତି ବନ୍ଧୁ” ପୁରସ୍କାରରେ ଜିଲ୍ଲାପାଳ ସମ୍ମାନିତ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ନିଜ ବାଡି ବଗିଚାରେ ବିଭିନ୍ନ ଆମ୍ବ, ନଡିଆ, ସପେଟା, ପିଜୁଳି , ପଣସ, ଲେମ୍ବୁ,କଦଳି, ସପୁରି, ଲିଚୁ, ଜାମରୋଳି, ଗଛ ଲଗାଇବା ସହ ବିଭିନ୍ନ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ “ ଏକ ପେଡ ମାକେନାମ” ଅଭିଯାନରେ ସାମି ହୋଇ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରୁଛନ୍ତି । ସବୁଜ ସୁନ୍ଦର କେନ୍ଦୁଝର ଜିଲ୍ଲାର ବେଆଇନ ଖଣିଖାଦାନ ଦ୍ଵାରା ବଣ ଜଙ୍ଗଲ ପାହାଡ ପର୍ବତ ନଦୀ ଝରଣା ଜଳ ବାୟୁ ପ୍ରଦୂଷିତ ସାଙ୍ଗକୁ ଭୂତଳ ଜଳ ସ୍ତର ହ୍ରାସ ହେତୁ କୃଷି ଜଳସେଚନ ବାଧା ପ୍ରାପ୍ତ ହେତୁ ପଶୁପକ୍ଷୀ ପ୍ରାଣୀ ଜଗତ ଜୈବ ବିବିଧତା ଲୋପ ପାଇ ଅସନ୍ତୁଳନ ପରିବେଶ ସୃଷ୍ଟି ପାଇଁ “କେନ୍ଦୁଝର ବଞ୍ଚାଅ ମଞ୍ଚ” ନାମକ ସାମାଜିକ ସଂଗଠନ ଗଢି ସ୍ୱେଚ୍ଛାସେବୀ ମାନଙ୍କ ଦ୍ବାରା ପରିବେଶ ସୁରକ୍ଷା ଓ ସାମାଜିକ ଆନ୍ଦୋଳନ ଜାରି ରଖୁଛନ୍ତି ।


