ଚଢ଼ାଉକୁ ବାଲି ମାଫିଆଙ୍କ ନାହିଁ ଖାତିର: ପୁଣି ଗାଡି ଜବଦ କଲା ଖଣି ବିଭାଗ

ହାଟଡିହି (ଓ୍ବାଇଏନଏସ): ପ୍ରଶାସନ ପକ୍ଷରୁ ବେଆଇନି ବାଲି ପରିବହନ ଉପରେ ଅଙ୍କୁଶ ଲଗାଇବାକୁ ଗତ ତିନିଦିନ ହେଲା ଖଣିବିଭାଗ ଓ ସ୍ୱତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ ଜାରି ରଖିଥିଲେ ବି ଚଢ଼ାଉକୁ ବାଲି ମାଫିଆଙ୍କ ଖାତିର ନାହିଁ। ଆଜିବି ବିଭିନ୍ନ ଘାଟରୁ ଟ୍ରାକ୍ଟର ଓ ଟ୍ରକ ଯୋଗେ ବାଲି ପରିବହନ ଚାଲିଛି। ଏପରିକି କିଛି ଘାଟରେ ଖୁଲାମ ଖୁଲା ବାଲି ଉତ୍ତୋଳନ ଓ ପରିବହନ ଚାଲିଛି। କିନ୍ତୁ ଖଣି ବିଭାଗ ଘାଟ ଉପରେ ଚଢ଼ାଉ ନକରି ରାସ୍ତାରେ ହେଉଥିବା ବାଲି ପରିବହନ ଉପରେ ଚଢ଼ାଉ କରୁଛି। ଆଜି ଖଣି ବିଭାଗ ଶାଳଣିଆଁ ଅଞ୍ଚଳରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଡ଼ମ୍ପରକୁ ଜବଦ କରି ନନ୍ଦିପଦା ପୋଲିସକୁ ହସ୍ତାନ୍ତର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ