ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇ ଗୋବର୍ଦ୍ଧନ ପୀଠରେ ପ୍ରଭୁ ଜଗନ୍ନାଥଙ୍କର ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଅମରେଶ୍ୱର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମହନ୍ତ ମହାରାଜ ଆଦିତ୍ୟନାରାୟଣ ଦାସ, ଅଜୟ କୁମାର ମହାନ୍ତି, ତପନ ରାୟ, କାହ୍ନୁଚରଣ ନାୟକଙ୍କ ସମେତ ଗାଁ କମିଟିର ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ପ୍ରଥମେ ପୂର୍ବତନ ଠାକୁର ରାଜାଙ୍କ ପରଲୋକରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଚଳିତ ବର୍ଷ ରଥ ଯାତ୍ରା କିପରି ସୂଚାରୁ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ପରବର୍ତୀ ବୈଠକ ଆସନ୍ତା ମେ ୩୧ରେ କରାଯିବାର ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଠାକୁରା ରାଜା ଜ୍ଞାନରଞ୍ଜନ ବିଶ୍ୱାଳ, ରବିନ୍ଦ୍ର କୁମାର ସ୍ୱାଇଁ ପରିଚାଳନା କରିଥିଲେ।


