ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶିବମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ ସଦସ୍ୟ ତଥା ଶୈବପୀଠ ପ୍ରତିଷ୍ଠାତା ପ୍ରମୋଦ କୁମାର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ  ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି  ଡ. ଯୁଧିଷ୍ଠିର ସ୍ବାଇଁ  ଅଧ୍ୟକ୍ଷତା କରିଥିଲେ।ଆଇନଜୀବୀ ଅଶେଷ ନାଥ ମିଶ୍ର ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ଥିଲେ। ସଂଘର ସଦସ୍ୟା ସୁଷମା ପାଠୀ,ପଦ୍ମଚରଣ ମେକାପ ଏବଂ ଭବାନୀ ପ୍ରସାଦ ପାଢ଼ୀ ପ୍ରମୁଖ ସୁଲଳିତ କଣ୍ଠରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।  ସମ୍ପାଦକ କେ. ନାଗେଶ୍ଵର ରାଓ ପୂର୍ବରୁ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ  ବିବରଣୀ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ନରହରୀ ସାହୁ ସଂଘର ଆୟ ବ୍ୟୟ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ। ଗତ ୨୦୨୫ ମାର୍ଚ୍ଚ ୨୫ ତାରିଖ ରେ କେନ୍ଦ୍ରସରକାର ପାର୍ଲ୍ୟାମେଣ୍ଟ ରେ ଆଗତ ଅର୍ଥ ବିଲ ପାରିତ ସମୟରେ ତରବରିଆ ଭାବେ ଭେଲିଡେସନ୍ ଆକ୍ଟ ପାରିତ କରାଇଥିଲେ, ଦେଶର କୋଟି କୋଟି ପେନସନ ଭୋଗୀଙ୍କ ପେନସନ ବ୍ୟବସ୍ଥାକୁ ସଙ୍କୁଚିତ କରି    ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପାଇଁ ଏହି ଆକ୍ଟ୍ ପ୍ରଣୟନର ଅସଲ ଉଦ୍ଦେଶ୍ୟ ବୋଲି ସଂଘର କର୍ମକର୍ତ୍ତା ବୃନ୍ଦ କହିଥିଲେ। ସମ୍ବିଧାନରର ୧୪ ଧାରା ପ୍ରକାରେ ପେନସନ ଭୋଗୀ ସମ୍ମାନର ସହ ବଞ୍ଚିବାର ଅଧିକାର ବୋଲି ଉଚ୍ଚତମ ନ୍ୟାୟାଳୟ ପୂର୍ବରୁ ଆଦେଶ ଦେଇଥିବା ନେଇ ସଭାରେ ମତ ପ୍ରକାଶ ପାଇଥିଲା। ବହୁ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବିବୃତି ଦେଇ ପେନସନ ଗ୍ରହୀତାଙ୍କ ପାଇଁ କୌଣସି ନୂତନ ନିୟମ କାର୍ଯ୍ୟକାରୀ ହେବ ନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ଵାଧୀନ କେନ୍ଦ୍ର ର ୟୁପିଏ ସରକାରଙ୍କ ସମୟରେ ପାରିତ ହୋଇଥିବା ସମସ୍ତ ନିୟମାବଳୀ ଅନୁସାରେ  ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିବା ୱାରେଣ୍ଟ ବଳରେ ୨ ଅଭିଯୁକ୍ତ ଗଲେ ଜେଲ   ଦିଗପହଣ୍ଡି,୧୦|୫(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟ କୁ ଚାଲାଣ କରିଛନ୍ତି। ଜି.ଆର – ମାମଲା ନଂ.୧୨/୨୫ ଅନୁଯାୟୀ କୋର୍ଟ ପକ୍ଷରୁ ଅଶ୍ଵିନୀ ଙ୍କ ବିରୋଧରେ  ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି କୁଶପଲ୍ଲୀ ଗ୍ରାମର ପୁରୁଷୋତ୍ତମ ମଲ୍ଲିକ ଙ୍କୁ ୱାରେଣ୍ଟ ବଳରେ ପାଟପୁର ପୋଲିସ ଗିରଫ କରି ରବିବାର ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଏସ.ଟି କେସ ନଂ.୪୫/୧୯ ଅନୁଯାୟୀ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ