ଆଦର୍ଶ ବିଦ୍ୟାଳୟର ଏମ୍. ଯୋଗାନନ୍ଦ ଦ୍ୱାଦଶରେ ଜିଲ୍ଲାର ଟପ୍ପର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ବାହାରିଛି। ଏଥିରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର କଇଠପଦର ଓଡିଶା ଆଦର୍ଶ ବିଦ୍ୟାଳୟର ଏମ୍.ଯୋଗାନନ୍ଦ ବିଜ୍ଞାନରେ ଟପ୍ପର (୯୨.୨℅)ହୋଇଛନ୍ତି।ଗଜପତି ଜିଲ୍ଲାର ବିଭିନ୍ନ ଓଡିଶା ଆଦର୍ଶ ବିଦ୍ୟାଳୟର ପରୀକ୍ଷା ଫଳରେ କଇଠପଦରର ୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ ଜଣ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେଥିରୁ ଏ୧ରେ ୧,ଏ୨ରେ ୨, ବି୧ରେ ୨,ବି୨ରେ ୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେହିପରି ବାଣିଜ୍ୟ ବିଭାଗରେ ୧୬ ଜଣକ ମଧ୍ଯରୁ ୧୩ ଜଣ ପାସ୍ କରିଛନ୍ତି।ସେଥିରୁ ବି୧ରେ ୭,ବି୨ରେ ୨, ସି୧ରେ ୨ ଏବଂ ସି୨ରେ ୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେହିପରି ନୂଆଗଡ଼ ବ୍ଲକର ପରିମଳ ବିଦ୍ୟାଳୟର ୪ ଜଣଂକ ମଧ୍ୟରୁ ୩ ଜଣ ପାସ୍ ହୋଇଛନ୍ତି।ସମସ୍ତେ ବି୨ରେ ପାସ୍ କରିଛନ୍ତି।ଗୁମ୍ମା ବିଦ୍ୟାଳୟର ୯ ଜଣଂକ ମଧ୍ଯରୁ ୮ ଜଣ ପାସ୍ ହୋଇଛନ୍ତି।ସେଥିରେ ବି ୧ରେ ୧,ବି୨ରେ ୫ ଏବଂ ସି୧ରେ ୨ ଜଣ ପାସ୍ କରିଛନ୍ତି। କାଶୀନଗର ବ୍ଲକର ଅଲ୍ଲଡା ବିଦ୍ୟାଳୟର ୧୪ ଜଣଂକ ମଧ୍ଯରୁ ୯ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।ସେଥିରୁ ବି୧ରେ ୩ ଏବଂ ବି୨ରେ ୬ ଜଣ ପାସ୍ କରିଛନ୍ତି।ମୋହନା ଗୁଣ୍ଡିମା ବିଦ୍ୟାଳୟର ୧୩ ଜଣଂକ ମଧ୍ଯରୁ ୪ ଜଣ ପାସ୍ କରିଛନ୍ତି।ସେଥିରୁ ବି୧ରେ ୧,ବି୨ରେ ୨ ଏବଂ ସିରେ ୧ ଜଣ ପାସ୍ କରିଛନ୍ତି।


