ରାସ୍ତା ଅବସ୍ଥା ଶୋଚନୀୟ, ନିର୍ମାଣ ପାଇଁ ଦାବି

ବେତନଟୀ,(ଉଦିତ କୁମାର ପରିଡା) : ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ବେତନଟୀ ଏମ ଆଇ ( କ୍ଷୁଦ୍ର ଜଳସେଚନ ) ଅଫିସ ରୁ ଡେଲି ମାର୍କେଟ ଦେଇ ୧୮ ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ହୋଇ ରହିଛି। ରାଜପଥ ପଟୁ ବେତନଟୀ କଲେଜ, ଏସ ଡି ପି ଓ ଅଫିସ ଭଳି ଅନେକ ମୁଖ୍ୟ ଅଫିସ ଗୁଡିକୁ ଯିବା ପାଇଁ ଏହି ରାସ୍ତା ଅତି ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହା ମରାମତି ନହେଉଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅସନ୍ତୋଷ ଦେଖା ଦେଇଛି। ସ୍ଥାନୀୟ ବାସୀଙ୍କ ସୂଚନା ଅନୁସାରେ ଗତ ୨୦୧୮ ମସିହା ଶେଷ ସମୟରେ ଏହି ଏମ ଆଇ ଅଫିସ ରୁ ଡେଲି ମାର୍କେଟ ଦେଇ ସଠିଲୋ ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା, ହେଲେ ରାସ୍ତା ନିର୍ମାଣ କୁ ୮ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ମଧ୍ୟ ହୋଇପାରୁନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହାନ ଯାତାୟାତ କରିଥାଏ ଯେହେତୁ ଏହି ରାସ୍ତା ଦେଇ ବେତନଟୀ କଲେଜ, ଏସ ଡି ପି ଓ ଅଫିସ , କୃଷି ଅଫିସ, ହର୍ଟିକଲଚର ଅଫିସ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଫିସ ରହିଛି ଅନେକ ସ୍ଥାନୀୟ ଲୋକେ ଏହି ରାସ୍ତା କୁ ମୁଖ୍ୟ ରାସ୍ତା ଭଳି ବ୍ୟବହାର କରିଥାନ୍ତି। ହେଲେ ଦୀର୍ଘ ଦିନ ଧରି ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ପାଇଁ ଲୋକେ ଅନେକ ହଇରାଣ ହେବା ସହିତ ଅନେକ ଦୁର୍ଘଟଣା ହେବାର ମଧ୍ୟ ନଜର ରହିଛି। ବର୍ଷା ଦିନ ଅବସ୍ଥା କହିଲେ ସରିବ ନାହିଁ। ସ୍ଥାନୀୟ ବାସୀଙ୍କ ପକ୍ଷରୁ ଏହି ରାସ୍ତାକୁ ଯଥା ଶୀଘ୍ର ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଜ୍ୟୋତିରଞ୍ଜନ ନାୟକଙ୍କ କହିବା ଅନୁସାରେ ଏମ ଆଇ ଅଫିସ ରାଜପଥ ରାସ୍ତାର ଟେଣ୍ଡର ସରିଯାଇଛି, କେବଳ ଏଗ୍ରିମେଣ୍ଟ କାର୍ଯ୍ୟ ସରିନାହିଁ, ୧୫ଦିନ ଭିତରେ କାର୍ଯ୍ୟ ହେବାର ପ୍ରତିଶୃତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ