ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ୨୫-୫-୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା ଓ ବୁଗୁଡ଼ା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଙ୍କ ତତ୍ତ୍ୱାବଧାନରେ ମିଳିତ ଜନଶୁଣାଣୀ ଶିବିର ଅନଷ୍ଠିତ ହୋଇଥିଲା। ଶିବିରରେ ଗୋଟିଏ ବ୍ୟକ୍ତିଗତ ଓ ଗୋଟିଏ ଗୋଷ୍ଠିଗତ ଅଭିଯୋଗ ପଞ୍ଜୀକରଣ ହୋଇଥିଲା। ଦୁଇଟି ଅଭିଯୋଗରୁ ଗୋଟିଏ ଶିବିରରେ ସମାଧାନ ହୋଇଥିଲା। ଏଥିସହ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୩ ଜଣ ହିତାଧକାରୀଙ୍କୁ ଭୂମିହୀନ ପଟ୍ଟା ଓ ୨୩ ଜଣ ହିତାଧିାରୀଙ୍କୁ ଉତ୍ତରାଧିକାରୀ ପଟ୍ଟା ବଣ୍ଟନ କରାଯାଇଥିଲା। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଏହି ଶିବିରରେ ଯୋଗଦେଇଥିଲେ। ଜନଶୁଣାଣି ଅଧିକାରୀ ଜ୍ୟୋତିରଞ୍ଜନ ସାହୁ, ପଞ୍ଚାୟତ ପିଇଓ, ଅଙ୍ଗନୱାଡୀ କର୍ମୀ ଓ ବ୍ଲକ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।


